କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଜାତୀୟ ମାନବାଧିକାର ଆୟୋଗ

ଭୁବନେଶ୍ୱର: କିଟ୍ ପାଇଁ ବଢିଲା ଅଡୁଆ । କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ଜାତୀୟ ମାନବାଧିକାର ଆୟୋଗ ।  ୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ।  ମାର୍ଚ୍ଚ ୬ରୁ ୮ ତାରିଖ  ଦୁଇ ଦିନ ତଦନ୍ତ କରିଥିଲେ ଏନ୍‌ଏଚ୍‌ଆର୍‌ସିର ଦୁଇଜଣିଆ ଟିମ୍‌  । ତଦନ୍ତ ରିପୋର୍ଟ ଦାଖଲ ପରେ କିଟ୍‌ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଛି । କିଟ୍‌ ବିଶ୍ବବିଦ୍ୟାଳୟର ଆଇଆରଓ, ବିଶ୍ବବିଦ୍ୟାଳୟର ଶୃଙ୍ଖଳାଗତ କମିଟି ତଥା କଲେକ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନଏଚଆରସି ଦର୍ଶାଇଛନ୍ତି । ଫେବୃଆରୀ ୧୭ ତାରିଖରେ ପ୍ରାୟ ୧୧ଶହ ଛାତ୍ରଛାତ୍ରୀ ହଷ୍ଟେଲ ଛାଡିଥିଲେ। ଯାହା ବିଶ୍ବବିଦ୍ୟାଳୟର ଅଧିକାରୀମାନେ ସ୍ବୀକାର କରିଥିବା ରିପୋର୍ଟରେ ରହିଛି । କଲେଜ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କର ସୁରକ୍ଷାକୁ ନେଇ ଆଦୌ ଚିନ୍ତା କରିନଥିଲେ ଏବଂ ସେମାନଙ୍କୁ କ୍ୟାମ୍ପସରୁ ବାହାର କରି ଦିଆଯାଇଥିଲା ବୋଲି ଏନଏଚଆରସି ଉଲ୍ଲେଖ କରିଛନ୍ତି ।