କେନ୍ଦ୍ରାପଡ଼ା(ମହେଶ ପାଢ଼ୀ):- ରୟାଲ ଡ୍ୟାନ୍ସ ଏକାଡେମୀ RDA ଓ ରିଦ୍ଧିମା ଏଣ୍ଟର ଟେଣ୍ଟମେଣ୍ଟ ଦ୍ୱାରା ଆୟୋଜିତ ଜାତୀୟ ନୃତ୍ୟ ମହୋତ୍ସବ । ୨୦୨୩ ତୁଳସୀ କ୍ଷେତ୍ର ଜାତୀୟ ଡ୍ୟାନ୍ସ ଫେଷ୍ଟିଭାଲ,କେନ୍ଦ୍ରାପଡ଼ା ଟାଉନ ହଲଠାରେ ହୋଇଯାଇଛି ।ସାରା ରାଜ୍ୟର ୨୮ ଜିଲ୍ଲାର ନୃତ୍ୟଶିଳ୍ପୀ ଓ ୩ଟି ରାଜ୍ୟ ର ନୃତ୍ୟ ସମାଜସେସେବୀ ବରିଷ୍ଠ ସାମ୍ବାଦିକ ମାନଙ୍କ ସହ ୫୬୪ ଶିଳ୍ପୀମାନେ ନିଜ କଳାପ୍ରଦର୍ଶନ କରିଥିଲେ ଓ ସଂମ୍ମାନିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଯୁବ ବିଜେଡି ସଭାପତି ରାଜେଶ ଦାସ, ମହାକାଳପଡା ସମାଜସେବୀ ଆଇନଜୀବି ଚିତ୍ତରଞ୍ଜନ ଦାସ, ଶିଳ୍ପପତି ସମାଜସେବୀ ସିଦ୍ଧାର୍ଥ ସ୍ୱରୂପ ଦାସ, AICC ସଦସ୍ୟ ମାନସ ମଲ୍ଲିକ, ସେଣ୍ଟ ଜାଭିଅର ହାଇସ୍କୁଲ ଚେୟାରମ୍ୟାନ ନିରଞ୍ଜନ ବେହେରା, TSg ଗୁରୁକୁଳ ଚେୟାରମ୍ୟାନ ପ୍ରହ୍ଲାଦ ପାତ୍ର, ସଙ୍ଘର୍ସ TV ଏଡିଟର ସୁନିତା ପଣ୍ଡା,ରିଧିମା ଏଣ୍ଟରଟେଣ୍ଟ ମେଣ୍ଟ ଚେୟାରମ୍ୟାନ ଗୋବର୍ଧନ ସେଠୀ କୁଳମଣି ଲେଙ୍କା, ପ୍ରମୁଖ ଯୋଗ ଦେଇ ଅତିଥି ଭାବେ ମଞ୍ଚ ଶୋଭା ବଢ଼ାଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠା ଆୟୋଜକ ମହେଶ ପାଢ଼ୀ, ପ୍ରଜ୍ଞାପ୍ରାରମ୍ଭିକା ପାଣି,ଚିତ୍ତରଞ୍ଜନ ବାରିକ, ଉମେଶ ପାଢ଼ୀ,ଓମ ଶୁଭମ ମିଶ୍ର, ଆହାନ ପ୍ରଧାନ,ତନୟା ରାଉତ ।