ଆମ ଆଦମୀ ପାର୍ଟିର ରାଜ୍ୟ ସଭା ସାଂସଦ ରାଘବ ଚଢାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ବଡ ଆସ୍ୱସ୍ତି । ବର୍ତ୍ତମାନ ତାଙ୍କ ଟାଇପ-୭ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ ନାହିଁ ବୋଲି କୋର୍ଟ କହିଛନ୍ତି । ରାଘବ ଚଢା ନିମ୍ନ ଅଦାଲତ ନିଷ୍ପତ୍ତି କୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ହାଇକୋର୍ଟରେ ଶୁଣାଣି ସମୟରେ ଏଏପି ନେତା ନିଜ ସୁରକ୍ଷା ଏବଂ ଆତଙ୍କବାଦୀ ଧମକ ଦର୍ଶାଇ ନିମ୍ନ ଅଦାଲତଙ୍କ ଆଦେଶକୁ ରଦ୍ଦ କରିବାକୁ ଦାବି କରିଥିଲେ। କହି ରଖୁଛୁ, ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ରାଘବ ଚଢାଙ୍କ ବଙ୍ଗଳାର ଆବଣ୍ଟନ ରଦ୍ଦ କରିବାକୁ ଆଦେଶ ଦେଇଥିଲେ, ଯାହାପରେ ଏଏପି ନେତା ପଟିଆଲା ହାଉସ କୋର୍ଟଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ।ରାଘବ ଯେତେବେଳେ ରାଜ୍ୟସଭା ସଦସ୍ୟ ହୋଇଥିଲେ, ତାଙ୍କୁ ଏକ ଟାଇପ୍-୬ ବଙ୍ଗଳା ଆବଣ୍ଟିତ କରାଯାଇଥିଲା।
ସଚିବାଳୟ ଅନୁଯାୟୀ, ରାଘବ ଟାଇପ୍-୭ ପାଇଁ ଯୋଗ୍ୟତା ପୂରଣ କରି ନ ଥିଲେ, ଯେଉଁଥିପାଇଁ ଆବଣ୍ଟନ ବାତିଲ ହେବାର ନୋଟିସ ଦିଆଯାଇଥିଲା। ଏହାପରେ ରାଘବ କୋର୍ଟ ଯାଇଥିଲେ। ପଟିଆଲା ହାଉସ କୋର୍ଟ, ରାଜ୍ୟସଭା ସଚିବାଳୟଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ। ପଟିଆଲା ହାଉସ କୋର୍ଟରୁ ଝଟ୍କା ପାଇବା ପରେ ରାଘବ ଚଢା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।