ଆପାରିରେ ଲୋକପ୍ରିୟ ଗୀତିକାର ନାସିର ଫରାଜ

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ନାସିର ଫରାଜ । ଅନେକ ହିଟ୍ ଗୀତ ଲେଖିଥିବା ନାସିର ହୃଦରୋଗରେ ପୀଡ଼ିତ ଥିଲେ । ବଲିଉଡ଼ ପ୍ରତି ତାଙ୍କର ବହୁତ ରହିଛି ଅବଦାନ । ନାସିର ୨୦୧୦ରେ ମୁକ୍ତିଲାଭ କରିଥିବା ‘କାଇଟ୍ସ’ ଚଳଚ୍ଚିତ୍ରର ଦୁଇଟି ସୁପରହିଟ୍ ଗୀତ ‘ଦିଲ୍ କ୍ୟୁଁ ମେରା ଶୋର କରେ’ ଏବଂ ‘ଜିନ୍ଦଗୀ ଦୋ ପଲ୍ କି’ ରଚନା କରିଥିଲେ। ଏହା ବ୍ୟତୀତ ସେ ବାଜିରାଓ ମସ୍ତାନୀ, କ୍ରିସ୍, କାବିଲ ଓ ଏତ୍ବାର୍ ଆଦି ଅନେକ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଛନ୍ତି। ତାଙ୍କ ବନ୍ଧୁ ତଥା ଗାୟକ ମୁଜ୍ତବା ଅଜିଜ୍ ନାଜା ନାସିରଙ୍କ ବିୟୋଗ ଖବର ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । କିନ୍ତୁ ତାଙ୍କୁ ମେଡିକାଲ ନିଆଯାଇ ନଥିଲା । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ମୁଜ୍ତବା ସୂଚନା ଦେଇଛନ୍ତି।