(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦିନ ଗଡିବା ସହ ତାଳଦେଇ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ଆଶା ମଉଳି ଯାଉଛି । ଏପରି ସମୟରେ ନାସା ଇସ୍ରୋ ପାଇଁ ଆଶାର କିରଣ ପାଲଟିଛି । ନାସା ନିଜର ଚନ୍ଦ୍ର ଅର୍ବିଟର ଦ୍ଵାରା ଚନ୍ଦ୍ରର ଉକ୍ତ ଅଂଶର ଫଟୋ ଉଠାଇଛି, ଯେଉଁଠି ଲ୍ୟାଣ୍ଡର ଲାଣ୍ଡିଂ କରିବାକୁ ଉଦ୍ୟମ କରିଥିଲା। ନାସା ଏବେ ଏହି ସବୁ ଫଟୋର ସମୀକ୍ଷା କରୁଛି।
ନାସା ପକ୍ଷରୁ ସୂଚନା ଦିଆଯାଇଛି, ନାସାର ଲୁନାର ରିକାନିସନ୍ସ ଅର୍ବିଟର(ଏଲଆରଓ) ଅନ୍ତରୀକ୍ଷଯାନ ଚନ୍ଦ୍ରର ଦକ୍ଷିଣ ମେରୁ ପାଖରେ ଯେଉଁଠି ବିକ୍ରମ ଅବତରଣ କରିବାକୁ ଚେଷ୍ଟା କରୁଥିଲା ସେଠାର ଫଟୋ ଉଠାଇଛି । ଏଲଆରଓର ଡେପୁଟୀ ପ୍ରଜେକ୍ଟ ବୈଜ୍ଞାନିକ ଜନ କ୍ୟାଲର କହିଛନ୍ତି, ଅର୍ବିଟରର କ୍ୟାମେରା ଚନ୍ଦ୍ରର ଦକ୍ଷିଣ ମେରୁର ଅନେକ ଫଟୋ ଉଠାଇଛି। ସବୁ ଫଟୋର ବିଶ୍ଳେଷଣ କରି ବିକ୍ରମକୁ ଚିତ୍ରରୁ ଖୋଜିବାକୁ ଚେଷ୍ଟା କରାଯିବ ।