ଅନ୍ତରୀକ୍ଷ-ବାୟୁର ମିଳନ ଖୋଜିବ ନାସା ଉପଗ୍ରହ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆମେରିକାର ଅନ୍ତରୀକ୍ଷ ଗବେଷଣା କେନ୍ଦ୍ର ନାସା ଗୁରୁବାର ଏକ ଉପଗ୍ରହ ଲଞ୍ଚ କରିଛି । ବାୟୁ ଓ ଅନ୍ତରୀକ୍ଷ ପରସ୍ପର ସହ କେଉଁଠାରେ ମିଳୁଛି ତାହା ଖୋଜିବ । ଏହି ଉପଗ୍ରହର ନାମ ଇକୋସ୍ଫେରିକ କନେକସନ ଏକ୍ସପ୍ଲୋରର । ଏହି ଉପଗ୍ରହକୁ ପ୍ଲୋରିଡା ତଟରୁ କିଛି ଦୂର ଆଣ୍ଟଲାଟିକ ମହାସାଗର ଉପରୁ ଏକ ବିମାନରୁ ପଠାଯାଇଛି । ବିମାନରୁ ବାହାରିବା ପାଞ୍ଚ ସେକେଣ୍ଡ ପରେ ଉପଗ୍ରହରେ ଥିବା ରକେଟ ଏହାକୁ ପୂର୍ବ ନିର୍ଦ୍ଧାରିତ ପଥରେ ନେଇଯାଇଛି ।
ଉପଗ୍ରହଟି ବାୟୁମଣ୍ଡଳର ସବୁଠାରୁ ଉପର ସ୍ତର ଆୟନମଣ୍ଡଳରେ ତାର ଅନୁସନ୍ଧାନ କରିବ । ପୃଥିବୀଠାରୁ ପ୍ରାୟ ୮୦ କିମି ପରର ସମ୍ପୂର୍ଣ୍ଣ ବାୟୁମଣ୍ଡଳ ଆୟନ ମଣ୍ଡଳ ଅଟେ । ଆୟତନରେ ଆୟନମଣ୍ଡଳ ତାର ନିମ୍ନ ବାୟୁଠାରୁ ବହୁ ଗୁଣା ଅଧିକ ଅଟେ । କିନ୍ତୁ ଏହି ବିଶାଳ କ୍ଷେତ୍ରର ମୋଟ ବାୟୁର ପୂର୍ଣ୍ଣ ମାତ୍ରା ବାୟୁମଣ୍ଡଳର ବାୟୁର ମାତ୍ରାଠାରୁ ୨୦୦ ଭାଗରୁ ବି କମ । ଅର୍ଥାତ୍ ଆୟନ ମଣ୍ଡଳରେ ବାୟୁର ଚାପ ପ୍ରାୟ ନାହିଁ କହିଲେ ଚଳେ । ଏହି ମଣ୍ଡଳ ରେଡିଓ ତରଙ୍ଗର ପ୍ରସାରଣ ରେ ସବୁଠାରୁ ଅଧିକ ବ୍ୟବହାର ହୋଇଥାଏ । ସୂର୍ଯ୍ୟଙ୍କ ଅତିବାଇଗଣି କରଣରୁ ତଥା ଅନ୍ୟ ଅଧିକ ଶକ୍ତିଶାଳୀ କରିଣ ଓ କଣିକାରେ ଆୟନମଣ୍ଡଳ ପୂର୍ଣ୍ଣ । ସୂକ୍ଷ୍ମ ତରଙ୍ଗକୁ ହଜାର କିଲୋମିଟର ପର୍ଯ୍ୟନ୍ତ ଆୟନମଣ୍ଡଳ ମାଧ୍ୟମରେ ପହଂଚା ଯାଇଥାଏ ।