ସ୍କୁଲ ପିଲାଙ୍କ ଗମନାଗମନ ସୁବିଧା ପାଇଁ ବସ ଯୋଗାଇଲା ନରଭେରାମ ଖଣି କମ୍ପାନୀ

ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଗମନାଗମନ ସୁବିଧା ପାଇଁ ବସ ଯୋଗାଇଲା ନରଭେରାମ ଖଣି କମ୍ପାନୀ । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ତଥା ବଡ଼ବିଲ ତହସିଲ ଅନ୍ତର୍ଗତ ଟଣ୍ଟ ଗ୍ରାମରେ ଅବସ୍ତିତ ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ ଖଣି କମ୍ପାନୀ ପ୍ରତ୍ୟେକ ସମୟରେ ଅଂଚଳର ସାମଗ୍ରିକ ବିକାଶ ନିମନ୍ତେ ପ୍ରୟାସ ଜାରି ରଖିଛି । ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ , ସ୍ୱାସ୍ଥ୍ୟ , ବିଦ୍ୟୁତ ସଂଯୋଗ , ଗାଧୁଆ ଘର ଇତ୍ୟାଦି ଯୋଗାଇ ଦେବା ସହିତ ଅର୍ଥ ଅଭାବରୁ ଶିକ୍ଷାରୁବଞ୍ଚିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ନାମ ଲେଖାଇବା ସହିତ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରୁଥିବା ଜଣାପଡିଛି । ଶିକ୍ଷାର ବିକାଶ ତଥା ଛାତ୍ରଛାତ୍ରୀ ମାନେ ସଠିକ ସମୟରେ ବିଦ୍ୟାଳୟରେ ପହଞ୍ଚିବା ନିମନ୍ତେ କମ୍ପାନୀ ଗୋଟିଏ ବସ ଯୋଗାଇ ଦେଇଥିଲା । ତାହା ପର୍ଯ୍ୟାପ୍ତ ନହେବାରୁ ଆଜି କମ୍ପାନୀ ପକ୍ଷରୁ ଆଉ ଏକ ନୂଆ ବସ ଯୋଗାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କମ୍ପାନୀ ପରିସରରେ ଭଦ୍ରାସାହି ସରପଞ୍ଚ ପ୍ରମିଳା ନାଏକ , ପୂର୍ବତନ ସରପଞ୍ଚ ଅର୍ଜୁନ ସାଣ୍ଡିଲ , ବିଶିଷ୍ଠ ସମାଜସେବୀ ମିତ୍ରଭାନୁ ମହାକୁଡ଼ , କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଦୁମଣି ବାରିକ , କମ୍ପାନୀର ଉପସଭାପତି ସଦାନନ୍ଦ ରଣା , ମାନବ ସମ୍ବଳ ଅଧିକାରୀ ପିୟୁସ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ବସ ଟିର ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଛି । ସମାଜସେବୀ ମିତ୍ରଭାନୁ ମହାକୁଡ଼ କହନ୍ତି ‘କମ୍ପାନୀ ଶିକ୍ଷାର ଅଗ୍ରଗତି ନିମନ୍ତେ ଅନେକ ପ୍ରୟାସ କରି ଆସୁଛି ଏହାକୁ ଆମେ ହାତଛଡା କରିବା ନାହିଁ’। ସେହିଭଳି ଭଦ୍ରାସାହି ପଂଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ସାଣ୍ଡିଲ କହନ୍ତି ‘ନର୍ଭେରାମ କମ୍ପାନୀ ପିଲାମାନଙ୍କର ଶିକ୍ଷା ଓ ଶାରୀରିକ ବିକାଶ ନିମନ୍ତେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ନିଶ୍ଚିତ ରୂପେ ସ୍ୱାଗତ ଯୋଗ୍ୟ’ । ଆଗାମୀ ଦିନରେ କମ୍ପାନୀ ଅଂଚଳ ପ୍ରତି ବରଦାନ ପାଲଟିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ବୋଲି କୁହାଯାଉଛି ।