(ସୌମ୍ୟ ରଜଂନ ସେଠୀ) : ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀଙ୍କ ଦରମା ବୃଦ୍ଧି ନେଇ ବଡ ଘୋଷଣା କରିଛନ୍ତି ମୋଦି ସରକାର । ଦରମା ବୃଦ୍ଧିର ଘୋଷଣା କରିବା ପରେ ଯେଉଁ ଅଙ୍ଗନୱାଡି କର୍ମୀ ମାନେ ୩୦୦୦ ଟଙ୍କା ପାଉଥିଲେ ସେମାନେ ଏଣିକି ୪୫୦୦ ଟଙ୍କା ପାଇବେ । ସେହିଭଳି ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନଙ୍କୁ ୩୫୦୦ ଟଙ୍କା ମିଳିବ ବୋଲି ଜଣାପଡିଛି । ଏହାଛଡା ଅଙ୍ଗନୱାଡି ସହାୟିକା ମାନଙ୍କ ଦରମା ମଧ୍ୟ ୧୫୦୦ ଟଙ୍କାରୁ ୨୨୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ବଳ ଅଙ୍ଗନୱାଡି କର୍ମୀ ନୁହନ୍ତି ଆଶା କର୍ମୀଙ୍କ ଦରମା ମଧ୍ୟ ଦୁଇଗୁଣ ବଢାଇବାକୁ ଘୋଷଣା କରିଛନ୍ତି ମୋଦି ସରକାର । ଦରମା ବୃଦ୍ଧି ସହ ଆଶା କର୍ମୀ ଓ ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ମାଧ୍ୟମରେ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ମୋଦି ।