ଭାରତୀୟ ଅର୍ଥନୀତି ୫ଲକ୍ଷ୍ୟ ଡ଼ଲାରରେ ପହଞ୍ଚିିବ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

( ରିପୋର୍ଟସ ଟୁଡେ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଅନ୍ତର୍ଜାତିୟ ମମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଭାରତୀୟ ଅର୍ଥନୀତି ୨୦୨୨ ସୁଦ୍ଧା ଦୁଇ ଗୁଣ ବୃଦ୍ଧି ଘଟି ୫ ଲକ୍ଷ୍ୟ ଡ଼ଲାରରେ ପହଞ୍ଚିବ ।ଏଥିରେ ନିର୍ମାଣ ବା ମାନୁଫାକଚରିଂ ଓ କୃଷି କ୍ଷେତ୍ରର ଯୋଗଦାନ ୧ଲକ୍ଷ କୋଟି ଡ଼ଲାର ରହିବ ବୋଲିି ଶ୍ରୀ ମୋଦି କହିଛନ୍ତି । ସରକାର ମେକ୍ ଇନ ଇଣ୍ଡିଆକୁ ଗୁରୁତ୍ୱ ଦେଉଥିବାରୁ ଦେଶରେ ୮୦ ପ୍ରତିଶତ ମୋବାଇଲ ଫୋନ ନିର୍ମାଣ ହେଉଛି । ଯାହାଫଳରେ ୩ ଲକ୍ଷ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରୁଛି ବୋଲିି ମୋଦି କହିଛନ୍ତି ।