(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ବିଧାନସଭାର ଶୁନ୍ୟକାଳରେ ବିରୋଧି ଦଳ ନେତା ନରସିଂହ ମିଶ୍ର ସାଲେପୁରକୁ ଏନସି ପ୍ରସଙ୍ଗ, ତୈଳଦର ବୃଦ୍ଧି ଓ ଶିକ୍ଷକ ମାନଙ୍କ କଳା ଦିବସ ପାଳନ, ବିଧାନସଭା ସଚ୍ଚିବାଳୟରେ ଖାଲି ପଡିଥିବା ପଦବି ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଦିନକୁ ଦିନ ତୈଳଦର ବୃଦ୍ଧି ହେବାରେ ଲାଗିଛି, କେନ୍ଦ୍ରସରକାର ତୈଳ ମାଧ୍ୟମରେ ଜନସାଧାରଣଙ୍କୁ ଲୁଟିବାରେ ଲାଗିଛନ୍ତି, ଜନସାଧାରଣଙ୍କୁ ଲୁଟିବା ବନ୍ଦ କରିବା ସହ ତୈଳଜାତ ଦ୍ରବ୍ୟ ଉପରେ ଜିଏସଟି ଲାଗୁକାରାଯାଉ ବୋଲି ନରସିଂହ ମିଶ୍ର କହିଥିଲେ । ସେପଟେ ଗୁରୁ ମାନଙ୍କର ଗୁରୁଦିବସ ରେ କଳାଦିବସ ପାଳନ କୁ ସମର୍ଥନ କରି ଶ୍ରୀ ମିଶ୍ର କହିଥିଲେ ଯେ ଭଲ ଶିକ୍ଷା ପାଇଁ ଭଲ ଶିକ୍ଷକ ଦରକାର , ଭଲ ଶିକ୍ଷକ ପାଇଁ ଭଲ ଦରମା ଦରକାର । ସମସ୍ତ ଶିକ୍ଷକ ଅଧ୍ୟାପକଙ୍କୁ ଭଲ ଦରମା ଦେଇ ନିଯୁକ୍ତି ଦିଅନ୍ତୁ ରାଜ୍ୟସରକାର ତା ସହ ବିଧାନସଭା ସଚ୍ଚିବାଳୟରେ ବହୁ ପଦବି ଖାଲି ପଡିଥିବାର ଖବର ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏନେଇ ଏକ ସିଲେକ୍ସନ କମିଟି ଗଠନ କରି ଏହା ଉପରେ ରୁଲିଙ୍ଗ୍ ଆଣିବାକୁ ବାଚସ୍ପତିଙ୍କୁ ନିବେଦନ କଲେ ।