ନନ୍ଦନକାନନକୁ ଆସିଲା ଗଧିଆ ଯୋଡ଼ି

(ଶୁଭସ୍ମିତା ଦାଶ): ଆଜି ସକାଳେ ନନ୍ଦନକାନରେ ଧୂସର ଗଧିଆ ଆସି ପହଞ୍ଚଛି । ମହୀଶୂରରୁ ଗୋଟେ ଅଣ୍ଡିରା ଓ ଗୋଟିଏ ମାଈ ଗଧିଆଙ୍କୁ ନନ୍ଦନକାନକୁ ଅଣାଯାଇଛି । ପ୍ରଥମ ଥର ପାଇଁ ଏହି ପ୍ରଜାତିର ଗଧିଆଙ୍କୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିବ ବୋଲି କୁହାଯାଇଛି । ସୁଚନା ଅନୁସାରେ, ୩ଟି ଗୁଣ୍ଡୁରୀ ବଦଳରେ ଏହି ହଳେ ଗଧିଆଙ୍କୁ ଏଠାକୁ ଅଣାଯାଇଛି । ଉଭୟ ଗଧିଆ ବୟସ ପ୍ରାୟ ଅଢେଇ ବର୍ଷ ହେବ ବୋଲି କୁହାଯାଇଛି । ନନ୍ଦନକାନରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଭେଟେରିନାରୀ କେରେଣ୍ଟାଇନ ପରିସରେ ରଖାଯାଇ ସେମାନଙ୍କ ଊପରେ ନଜର ରଖାଯାଇଛି ।