ନନ୍ଦ ସାରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଯାଜପୁର: ପଦ୍ମଶ୍ରୀ ପୁରସ୍କାରପ୍ରପ୍ତ ଶ୍ରୀ ନନ୍ଦ କିଶୋର ସାରଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି । ଯାଜପୁର ଜିଲ୍ଲାର ଗୌରବ ଶ୍ରୀ ନନ୍ଦ ସାର ହଠାତ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Naveed Trumboo IRS on Twitter: "104 yr old Nanda Prasty in Odhisa has been  teaching students for free under a tree for over 75 years. He refuses  assistance from Govt. & the
ଗତକାଲି ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ପ୍ରଥମେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସ୍ୱସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଆଜି ଯାଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ନନ୍ଦ ସାରଙ୍କ ଅବସ୍ଥା ସେତେଟା ଭଲ ନଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ବର୍ତ୍ତମାନ ସମସ୍ତ ପରୀକ୍ଷା ଚାଲୁ ରହିଛି । ଯଦି କୌଣସି ଉନ୍ନତି ନ ଘଟେ ତେବେ ଅଧିକ ଚିକିତ୍ସା ପାଇଁ ଉପରିସ୍ଥ ଚିକିତ୍ସା କେନ୍ଦ୍ରକୁ ପଠାଇପାରନ୍ତି ଚିକିତ୍ସାଳୟର କର୍ମକର୍ତ୍ତା ।