ବଦଳିବ ଜଙ୍ଗଲ ବିଭାଗର ନାମ

ଭୁବନେଶ୍ୱର: ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନାମ ପରିବର୍ତ୍ତନ ହେବ। ଏ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। ଏଥିସହ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗର ନାଁକୁ ପରିବର୍ତ୍ତନ କରାଯାଇ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ କରାଯାଇଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ସାମୂହିକ ଟିକାକରଣ ମାଧ୍ୟମରେ ରାଜ୍ୟବାସୀଙ୍କୁ କୋଭିଡ୍-୧୯ରୁ ସୁରକ୍ଷିତ ରଖିବା ନିମନ୍ତେ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କ୍ରୟ କରିବାର ସଂକଳ୍ପ ପ୍ରସ୍ତାବ ସମେତ ଅନ୍ୟ ୧୦ଟି ପ୍ରସ୍ତାବ ଗୃହୀତ ହୋଇଛି। ଏଥିରେ ରାଜ୍ୟ ‘ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ’ ରଖାଯାଇଛି। କ୍ୟାବିନେଟ ଏହି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି।