ଗାଁ ନିକଟ ନାଳରୁ ମୃତଦେହ ଉଦ୍ଧାର
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୋଡାପଡା ଗାଁ ନିକଟ ନାଳରୁ ମୃତଦେହ ଉଦ୍ଧାର। ମୃତକ ଜଣକ ହେଲେ ପୋଡାପଡା ଗାଁର ସୁଧିର କୁମାର ସାହୁ। ଗତ ୧୪ ତାରିଖ ଠାରୁ ନିଖୋଜ ଥିଲେ ସୁଧିର। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଧିରଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଛି
(ଅନୁଗୁଳ) : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ପୋଡାପଡା ଗାଁ ନିକଟ ନାଳରୁ ମୃତଦେହ ଉଦ୍ଧାର। ମୃତକ ଜଣକ ହେଲେ ପୋଡାପଡା ଗାଁର ସୁଧିର କୁମାର ସାହୁ। ଗତ ୧୪ ତାରିଖ ଠାରୁ ନିଖୋଜ ଥିଲେ ସୁଧିର। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଧିରଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଛି। ସେପଟେ ସୁଧିରଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।
ସୂଚନାନୁଯାୟୀ, ଛେଣ୍ଡିପଦା ପୋଡାପଡା ଗାଁର ସୁଧିର କୁମାର ସାହୁ ଗତ ୧୪ ତାରିଖ ଠାରୁ ବଜାରକୁ ଯିବାକୁ କହି ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ସୁଧିରଙ୍କର କୌଣସି ଖୋଜ୍ ଖବର ମିଳି ନଥିଲା। ଆଜି ତାଙ୍କର ମୃତଦେହ ପୋଡପଡା ଗାଁ ନିକଟରେ ଥିବା ଏକ ନାଳରେ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେବା ପରେ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସୁଧିରଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ଜବତ କରିଛି। ସେପଟେ ସୁଧିରଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।