ଉଲଗ୍ନ ହୋଇ ପଶିଥିଲା ଘର ଭିତରକୁ – ଶିବ ବଖାଣିଲା ପ୍ରି-ମର୍ଡ଼ରର ପ୍ଲାନ

ମାହାଙ୍ଗା: ୪ ଦିନ ପୂର୍ବରୁ କରିଥିଲା ଯୋଜନା  । ମାରିବା ପାଇଁ ଧାରୁଆ କରିଥିଲା କଟୁରୀ ଉଲଗ୍ନ ହୋଇ ପଶିଥିଲା ଘର ଭିତରକୁ ମାହାଙ୍ଗା ଗଣହତ୍ୟାର ମୁଖ୍ୟ ଖଳନାୟକ ଶିବ ଯେ ଘଟଣା ରାତିରେ କେତେ ନୃଶଂସ ଥିଲା ତାହା କେହି ବି ବିଶ୍ୱାସ କରି ପାରିବେ ନାହିଁ । ଭାଇର ପରିବାରକୁ ସମୂଳେ ନାଶ କରିବା ପାଇଁ ଶିବ ସେ ଦିନ ତାଣ୍ଡବ ନୃତ୍ୟୁ କରିଥିଲା । ସଂପୂର୍ଣ୍ଣ ଉଲଗ୍ନ ହୋଇ ହାତରେ ଖଣ୍ଡା ଧରି ପଶିଥିଲା ବଡ଼ ଭାଇ ଅଲେଖର ଘରେ । ଆଉ ଖେଳାଇ ଥିଲା ରକ୍ତର ହୋଲି । ଘଟଣା ବେଳର ଦୃଶ୍ୟ କେଡ଼େ ଭୟଙ୍କର ଓ ଛାତି ଥରା ଥିଲା ତାହା ଯିଏ ବି ଶୁଣୁଛି କିଛି ସମୟ ପାଇଁ ସ୍ତବ୍ଧ ହୋଇ ଯାଉଛନ୍ତି । ଏକଥା ଆମେ କହୁ ନାହିଁ । ବରଂ ଶିବ କ୍ରାଇମ ସିନ୍ ରିକ୍ରିଏସନ୍ କରିବାକୁ ଆସି ପୁଲିସ ଆଗରେ ଏଭଳି ବୟାନ ଦେଇଛି ।

ଆସନ୍ତୁ ଜାଣିବା ଶିବ କ’ଣ ସବୁ ଯୋଜନା କରିଥିଲା ହତ୍ୟାକାଣ୍ଡ ପୂର୍ବରୁ ଆଉ ତାକୁ କେମିତି କାମରେ ଲଗାଇଥିଲା । ଶିବର ମର୍ଡ଼ର ପ୍ଲାନ ଥିଲା ଏହିଭଳି । ଶିବ ୪ଦିନ ପୂର୍ବରୁ ନିଜ କଟୁରୀକୁ ଧାରୁଆ କରି ରଖିଥିଲା । ବର୍ଷ ବର୍ଷ ଧରି ମନ ଭିତରେ କୁହୁଳୁଥିବା ରାଗକୁ କିଭଳି ସମାଧାନ କରିବ ତାକୁ ନେଇ ଯୋଜନା କରୁଥିଲା ଶିବ । କେତେ ବେଳେ ପାଟି ତୁଣ୍ଡ ହେବ ଆଉ ସେ ଆକ୍ରମଣ କରିବ । ସେଦିନ ରାତିରେ ଟଏଲେଟ ଯିବାକୁ ନେଇ ଆରମ୍ଭ ହୋଇଥିଲା ମହାଭାରତ । ରାଗରେ ଜର୍ଜରିତ ହୋଇ ୪ଦିନ ପୂର୍ବରୁ ଧାରୁଆ କରି ଘରେ ଆଣି ଲୁଚାଇ ରଖିଥିବା ଖଣ୍ଡାକୁ ବାହାର କରି ଆକ୍ରମଣ କରିଥିଲା । ଘରେ ଖଣ୍ଡା ରଖିବାଠୁ ନେଇ ସମସ୍ତ କଥା ଜାଣିଥିଲେ ତାଙ୍କ ପତ୍ନୀ । ତଥାପି ସ୍ତ୍ରୀ ସବୁ ଦେଖି ଚୁପ ରହିଥିଲେ ।

ଏସମସ୍ତ କଥା ଶିବ ପ୍ରସାଦ ନିଜେ ତଦନ୍ତ କାରୀ ଟିମ ଆଗରେ ବୟାନ କରିଛି । ମନେ ମନେ ଶିବ ଏହା ଭାବିଥିଲା ଯଦି ଖଣ୍ଡା ଧାର ମଜବୁତ ରୁହେ ତେବେ ଥର କରେ ମାରିବା ସହଜ ହେବ । ଏତିକିରେ ମନ ବୁଝିନଥିଲା ଯେ ସମସ୍ତଙ୍କୁ ମାରିବା ପରେ ଘଣ୍ଟାଏ ଧରି ଶବ ପାଖରେ ଯଗି ବସିଥିଲା ଶିବ । କାଳେ କିଏ ବଂଚି ଯାଇଥିବ ସନ୍ଦେହ କରି ଅତି ନୃଶଂସ ଭାବେ ହାତ ଗୋଡ଼ର ଶିର ମଧ୍ୟ କାଟି ପକାଇଥିଲା । ଏହା ପରେ ନିଜର ରକ୍ତ ଭିଜା ସାର୍ଟକୁ ବଦଳାଇ ଅଲଗା ଏକ ସାର୍ଟ ପିନ୍ଧି ଥାନାକୁ ବାହାରିଥିଲା । ଶିବ ଏକଥାବି ବର୍ଣ୍ଣନା କରିଛି ସକାଳେ ଜଳଖିଆ ଦୋକାନକୁ ଯାଇ ଜଳଖିଆ ଖାଇବା ସହ ନିଜ ଶଶ୍ୱର ଘରକୁ ଯାଇଥିଲା । ଏସବୁ କଥା କୁଆଡ଼େ ଜଣାଥିଲା ଶିବଙ୍କ ପତ୍ନୀଙ୍କୁ । ତେବେ ଏଡି ପ୍ରଶ୍ନ ଉଠୁଛି ସବୁ କିଛି ଜାଣି ଚୁପ କାହିଁ ରହିଲେ ଶିବଙ୍କ ସ୍ତ୍ରୀ । ସ୍ୱାମୀଙ୍କୁ କାହିଁକି କଲେନି ପତିରୋଧ । ନା ଶିବଙ୍କ ପରି ସେ ବି ଚାହୁଁଥିଲେ କି ଅଲେଖଙ୍କ ପରିବାରକୁ ରାସ୍ତାରୁ ହଟାଇବା ପାଇଁ । ସବୁଠୁ ବଡ଼ କଥା ପୋଲିସ ଏଯାଏଁ କଣ ପାଇଁ ଶିବଙ୍କ ପତ୍ନୀଙ୍କୁ ତଦନ୍ତ ଘେରକୁ ଆଣିନାହିଁ ।