ନବରଙ୍ଗପୁର/ ଟୁକୁନା ଖୁରା : ନବରଙ୍ଗପୁର ପୋଲିସ ଦ୍ୱାରା ଜଣେ ଆହତ ମହିଳା ନକ୍ସଲ ଗିରଫ । ଗିରଫ ନକ୍ସଲ କୁ ଛତିଶଗଡ଼ ପୋଲିସ କୁ ହସ୍ତାନ୍ତର । ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଧମନ୍ତରୀ ଜିଲ୍ଲା ଖଲାରି ପୋଲିସ ଷ୍ଟେସନ ଅନ୍ତର୍ଗତ ଏକାୱାରି ଗ୍ରାମରୁ ଜଣେ ଆହତ ମହିଳା ମାଓବାଦୀ ଙ୍କୁ ଗିରଫ କରିଛି । ଗୋଇନ୍ଦା ରିପୋର୍ଟ ଆଧାରରେ ଧମନ୍ତରୀ ଜିଲ୍ଲା ଖଲାରି ପୋଲିସ ଷ୍ଟେସନ ଅନ୍ତର୍ଗତ ଏକାୱାରି ଗ୍ରାମରେ ନବରଙ୍ଗପୁର ପୋଲିସ ର ଗୋଇନ୍ଦା ବିଭାଗ ର ଟିମ, ଦୁଇଟି ଏସଓଜି ଟିମ ଓ ଗୋଟିଏ ଡିଭିଏଫ ଟିମ ସହ ୨୧ ଜଣ ନବରଙ୍ଗପୁର ପୋଲିସ ଟିମ ର ସଦସ୍ୟ ଙ୍କୁ ନେଇ ଏକ ସ୍ୱତନ୍ତ୍ର ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ଏବଂ ଅପରେସନ ସମୟ ରେ ଛତିଶଗଡ଼ ରାଜ୍ୟ ଏକୱାରି ଗ୍ରାମରୁ ଏକ ଘର ମଧ୍ୟରୁ ଜଣେ ମହିଳା ନକ୍ସଲ ଙ୍କୁ ଗିରଫ କରିଛି । ମ୍ୟାଙ୍ଗ ନୁରେଟି (ସିନ୍ଧୁ )ନାମକ ଜଣେ ଆହତ ମହିଳା କ୍ୟାଡର ମାଓବାଦୀ ଙ୍କୁ ଗିରଫ କରିଛି । ଗିରଫ ମହିଳା ମାଓବାଦୀ ଙ୍କ ବୟସ ୨୫ ବର୍ଷ । ସେ ଗତ ୧୨ ତାରିଖ ରେ ହୋଇଥିବା କରିପାନୀ ଓ ଏକୱାରି ଗାଁ ନିକଟରେ ହୋଇଥିବା ପୋଲିସ ନକ୍ସଲ ଗୁଳିବିନିମୟ ରେ ସାମିଲ ଥିବା ପୋଲିସ ତଦନ୍ତ ରୁ ଜାଣିପାରିଛି । ସେ ଗତ ୨୦୨୧ ମସିହାରୁ ସୀତା ନଦୀ ଏରିଆ କମିଟି ର ଦୀପକ ମାଣ୍ଡଭି (ଅରୁଣ ) ନାମକ ନକ୍ସଲ ନେତୃତ୍ୱ ରେ ରେ ସେ କାମ କରୁଥିବା ପୋଲିସ ଜାଣିବାକୁ ପାଇଛି । ଗିରଫ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ସେ ମହିଳା ମାଓବାଦୀ ଙ୍କୁ ଛତିଶଗଡ଼ ର ଧମନ୍ତରୀ ପୋଲିସ ଷ୍ଟେସନ କୁ ହସ୍ତାନ୍ତର କରିଛନ୍ତି । ଏବଂ ସେ ଅନ୍ୟ କେଉଁ ନକ୍ସଲ କାର୍ୟ୍ୟକଳାପ ରେ ସଂଶ୍ଳିଷ୍ଟ ଅଛି ସେ ନେଇ ତଦନ୍ତ ଚାଲିଥିବା ସୂଚନା ମିଳିଛି । ଏବଂ ତା ବିରୋଧ ରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଛତିଶଗଡ଼ ପୋଲିସ କୁ ହସ୍ତାନ୍ତର କରିଛି ।