ଉମରକୋଟ (ମନୋଜ କୁମାର ନାୟକ) : ଉମରକୋଟ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ । ଭାରତୀ କଳା ନିକେତନର କଳାକାରମାନଙ୍କ ଦ୍ବାରା ଉମରକୋଟ ପୌରପରିଷଦ ସୌଜନ୍ଯରୁ ମଣ୍ଡେଇ ନାଟକ ମହୋତ୍ସବରେ ନାଟକ “ନିଶା”ପରିବେଷଣ କରା ଯାଇଥିଲା। ବଳିଷ୍ଠ କଥାବସ୍ତୁ, ସଂଳାପ ତଥା ସାମାଜିକ ମୂଲ୍ୟବୋଧ ଥିବା ଏହି ନାଟକକୁ ଅଧ୍ୟାପକ ଗୋପାଳ ମହାରଣା ରଚନା କରିଥିଲେ । ଅଧ୍ୟାପିକା ମଧୁସ୍ମିତା ମହାରଣାଙ୍କ ବଳିଷ୍ଠ ନିର୍ଦ୍ଦେଶନା ନାଟକ ପରିବେଷଣକୁ ସଫଳ କରିଥିଲା। ଏମ୍ ମାଧବ ପାତ୍ରଙ୍କ ନିଖୁଣ ସଂଗୀତ ନାଟକକୁ ଜୀବନ୍ତ କରିବା ସହିତ , କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିଥିଲା। ସଂପ୍ରତି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ନିଜର ନ୍ୟାର୍ଯ୍ୟ ଅଧିକାର ନପାଇ ନିଶାର ଶିକାର ହୁଅନ୍ତି ।ବେକାରୀ ଜୀବନ ଅନେକଙ୍କ ଗତିପଥ ବଦଳାଇ ଦିଏ,ଫଳତଃ ସେମାନେ ନିଶାକୁ ନିଜର କରି ଭବିଷ୍ଯତ ଅନ୍ଧକାର ମୁଖକୁ ଠେଲିଦିଅନ୍ତି। ଏମିତି ଏକ ସମ୍ବେଦନଶୀଳ କଥାବସ୍ତୁ ଆଧାରିତ ନାଟକରେ ହିମାଂଶୁ ଶେଖର ଦାସ,କ୍ରିଷ୍ଣା ଭତ୍ରା, ସନ୍ତୋଷ ପରିଡା, ସ୍ନିଗ୍ଧା ପାତ୍ର,ଜ୍ଯୋସ୍ନା ବିଶୋଇ,ତିଲତମା ଭତ୍ରା ଓ ଲୋଚନୀ ରେଲୀ ନିଖୁଣ ଅଭିନୟ ପ୍ରଦର୍ଶନ କରି ସମବେତ ଅତିଥି ଓ ଦର୍ଶକଙ୍କ ମନ ଜିଣି ଥିଲେ। ମଂଚ ପରିଚାଳନା ଅଧ୍ୟାପିକା ଏମ୍ ମଧୁଛନ୍ଦା ଏବଂ ଏନ୍ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ କରିଥିଲେ। ପ୍ରତିକୁଳ ପାଗ ସତ୍ତ୍ବେ ଭାରତୀ କଳା ନିକେତନର ନିଶା ନାଟକ ଦେଖିବା ପାଇଁ ନବରଙ୍ଗପୁର ଶାସ୍ତ୍ରୀ ଭବନରେ ବହୁ ଦର୍ଶକଙ୍କ ଭିଡ ଦେଖିବାକୂ ମିଳିଥିଲା।