ନୂଆଦିଲ୍ଲୀ: ଅଣ୍ଟା ସଳଖି ନଥିବା ବେଳେ ମିଆଁମାର ବିପତିର କରୁଛି ସାମ୍ନା । ପ୍ରକୃତି ରଚୁଛି ତାଣ୍ଡବ । ଭୂକମ୍ପ ଝଟକାରେ ପୁଣି ଥରହର ହେଲା ମିଆଁମାର ସହର । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ଜାରି ହୋଇଛି ବିବୃତି । କୁହାଯାଇଛି ଯେ ମିଆଁମାରରେ ସୋମବାର ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏନସିଏସ ଅନୁଯାୟୀ, ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନସିଏସ ଏହି ତଥ୍ୟ ପ୍ରଦାନ କରିଛି।
ସେପଟେ ମିଆଁମାର ସରକାରଙ୍କ ଆନୁଷ୍ଠାନିକ ଅନୁରୋଧ କ୍ରମେ ଅପରେସନ ବ୍ରହ୍ମା ଅଧୀନରେ ଭାରତୀୟ ସେନା ଇଞ୍ଜିନିୟରଙ୍କ ଏକ ବିଶେଷଜ୍ଞ ଦଳ ଗତ ୬ ତାରିଖରେ ଦେଶରେ ପହଞ୍ଚି ଆଞ୍ଚଳିକ ସହାୟତା ଏବଂ ମାନବିକ ରିଲିଫ ପାଇଁ ଭାରତର ପ୍ରତିଶ୍ରୁତିବଦ୍ଧତାକୁ ଆହୁରି ଦୋହରାଇଛନ୍ତି।