ଝରୀଗାଁ/ବସନ୍ତ କୁମାର ସାହୁ: ଆୟୋଜିତ ଏହି କାର୍ୟ୍ୟକ୍ରମରେ ଆଜି ନବରଙ୍ଗପୁର ଜିଲ୍ଲାର ଝରୀଗାଁ ନିର୍ବାଚନ ମଣ୍ଡଳୀର ଏ ଦେଶ ପାଇଁ ସହିଦ ହୋଇଥିବା ଅଂଚଳରୁ ସହିଦଙ୍କ ଗ୍ରାମରୁ ସଂଗ୍ରହ କରାଯାଇଥିବା ମାଟି ଏବଂ ଏହି ସଂଗୃହିତ ମାଟିକୁ ଏକତ୍ରିତ କରି ଝରୀଗାଁ ବ୍ଲକ ସଦର ମହକୁମା ପରିକ୍ରମା କରାଯାଇଥିଲା ଏବଂ ସ୍ଥାନୀୟ ଯୁବକଙ୍କ ଦ୍ୱାରା ଏହି କଳସକୁ ଭୁବନେଶ୍ୱର ପଠାଯାଇଥିଲା ସେଠାରୁ ଟ୍ରେନ ଯୋଗେ ଦିଲ୍ଲୀ ଲାଲକିଲା ପଠାଯାଇଛି ଯାହା ଝରୀଗାଁ ର ଏହି କଳସ ସହ ଦୁଇଜଣ ଯୁବକଙ୍କ ଟ୍ରେନ ଯାତ୍ରାର ଭିଡିଓ ରୁ ସେମାନେ ଏହି ମହତ କାମ ପାଇଁ ସେମାନେ ଖୁବ ଉଚ୍ଛାହ ଥିବା ଜଣା ପଡୁଛି। ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଯୁବନେତା ନରସିଂ ଭତ୍ରା ମୁଖ୍ୟ ପୁରୋଧା ଭାବେ ଦାଇତ୍ୱ ତୁଲେଇ ଥିବା ବେଳେ ମହିଳା ମୋର୍ଚା ସଭାନେତ୍ରୀ ସୁମିତ୍ରା ମାଝୀ,ଆଦିବାସୀ ମୋର୍ଚା ସଭାପତି କୃଷ୍ଣ ଚନ୍ଦ୍ର ମାଝୀ, ଚଚା ମଣ୍ଡଳ ସେକ୍ରେଟାରୀ ପ୍ରତାପ କୁମାର ଦୁରିଆ,କାନାକୋଟ ପଂଚାୟତ ସଭାପତି ସଦାସିଂ ଭକ୍ତ, ବାନୁଆଗୁଡା ପଂଚାୟତ ସଭାପତି ପୁରୁଷୋତ୍ତମ ଗଣ୍ଡ,ଏକମ୍ବା ପଂଚାୟତ ସଭାପତି ସଦା ଗଣ୍ଡ, କୁଟ୍ରିଛାପର ପଂଚାୟତ ସଭାପତି ଦଶରଥ ସାନ୍ତା, ବେଲଗାଁ ପଂଚାୟତ ସଭାପତି ଚୈତନ୍ୟ ଗଣ୍ଡ, ଫୁଫୁଗାଁ ପଂଚାୟତ ସଭାପତି ରାମ କୃଷ୍ଣ ସାନ୍ତା,ଏକମ୍ବା ପଂଚାୟତ ଉପ ସଭାପତି ପଲାଶ କଲାର,ଚଚା ମଣ୍ଡଳ ଭାଇସ ପ୍ରେସିଡେଣ୍ଟ ପୂର୍ଣ୍ଣ ଗଣ୍ଡ ପ୍ରମୁଖ ଉପସ୍ଥିତ ରହିଥିଲେ ।