କରଞ୍ଜିଆ/ ବସନ୍ତ କୁମାର ସୋରେନ : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ବିଭତ୍ସ ହତ୍ୟା । ଏମିତି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ମେଣ୍ଢାମୁଣ୍ଡି ଗାଁରେ। ଗତକାଲି ରାତିରେ ସେହି ସାହରି ପଡିଶା ଘରର ଲୋକ ୫ରୁ ୬ ଜଣ ଆସି ଧାରୁଆ ଅସ୍ତ୍ର ସହାଯ୍ୟରେ ସ୍ୱାମୀ ନାଳିଆ ନାଏକ ସାମ୍ନାରେ ସ୍ତ୍ରୀ ମଙ୍ଗୁଳି ପୂର୍ତ୍ତିକୁ ବିଭତ୍ସ ହତ୍ୟା କରିଛନ୍ତି । ଏହି ଘଟଣାକୁ ରରୁଆଁ ପୋଲିସ ଗୁରୁତ୍ୱ ଦେଇ ବାରିପଦାରୁ ସାଇଣ୍ଟିଫିକ ଟିମ ପହଁଚିଲା ପରେ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥାନରେ କରଞ୍ଜିଆ SDPO ମଧ୍ୟ ଉପସ୍ଥିତ ଅଛନ୍ତି । ମୁଖ୍ୟ ଅଭିଯୁକ୍ତ ସମୁ ପିଙ୍ଗୁଆ ଏବଂ ସହଯୋଗି ସାନ ପିଙ୍ଗୁଆକୁ ରରୁଆଁ ପୋଲିସ ଗିରଫ କରିଛି ।