ରାଜଧାନୀରେ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟା । ଯୁବକଙ୍କୁ ବିଭତ୍ସଭାବେ ହତ୍ୟା କଲେ ଦୁର୍ବୃତ୍ତ । ସୈନିକ ସ୍କୁଲ ନିକଟରେ ହୋଇଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ଦୁଇ ଗୋଷ୍ଠୀ ମଧ୍ୟରେ ବଚସାରୁ ସଂଗଠିତ ହୋଇଛି ହତ୍ୟାକାଣ୍ଡ । ସାଧାରଣ ବଚସାକୁ ନେଇ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଏହି ଆକ୍ରମଣରେ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ତେବେ ରାଜଧାନୀରେ ଏମିତି ଅପରାଧ ବାରମ୍ବାର ବଢୁଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସହରବାସୀ ।