ଯୁବକଙ୍କୁ ବିଭତ୍ସ ହତ୍ୟା

( ଭୁବନେଶ୍ୱର) : ରାଜଧାନୀରେ ମର୍ଡର । ଆଜି ସକାଳେ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ହାଇସ୍କୁଲ୍ ପଛ ପଡ଼ିଆରୁ ଏକ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଛି କମିଶନରେଟ୍‌ ପୋଲିସ । ଯୁବକଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି । ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି ।

ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ଯେ, ମୃତ ଯୁବକ ଜଣକ ହେଉଛନ୍ତି ନିଆଳୀ ବାସିନ୍ଧା ପୂର୍ଣ୍ଣ ନାୟକ । ଗତ କିଛି ଦିନ ହେଲା ସେ ଭୁବନେଶ୍ୱରସ୍ଥିତ ସାଲି ସାହିରେ ବସବାସ କରୁଥିଲେ । ଆଜି ସକାଳୁ ତାଙ୍କ ମୃତ ଦେହ ନୟାପଲ୍ଲୀର ହାଇସ୍କୁଲ ପଡିଆରେ ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଡଗସ୍କୁଆଡ ଏବଂ ସାଇଟିଫିକ୍ସ ଟିମ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି ।