ହିଞ୍ଜିଳି(ରଜନୀ କାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା କୋଦଳାର ଡାକବଙ୍ଗଳା ନିକଟ ଖାଦାଳ ସାହିରେ ଦେଖା ଦେଇଛି ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରତର ଆହତ ହୋଇଛନ୍ତି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ବିଚ ରାସ୍ତାରେ ଅମାନୁଷିକ ଭାବେ ନିର୍ମମ ହତ୍ୟା କରଯାଇଛି । ମୃତକ ଜଣକ ହେଉଛନ୍ତି କାଳୁ ଦାଶ । କାଳୁ ସହିନିକଟ ଛକକୁ ବାଇକ ଯୋଗେ ଯାଉଥିବା ସମୟରେ ପୂର୍ବରୁ ସେଠାରେ ଅପେକ୍ଷା କରି ରହିଥିବା କିଛି ଯୁବକ ତାଙ୍କ ଉପରକୁ ଖଣ୍ଡା ଓ ଲୁହା ରଡ଼ରେ ଅତର୍କିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ କାଳୁ । ତେବେ ଏହାକୁ ନେଇ ଉତ୍ୟକ୍ତ ଲେକେକ ଚାରି ଜଣଙ୍କ ଘରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।