ଗଳାକାଟି ଯୁବକକୁ ହତ୍ୟା

(ଖଗେଶ୍ୱର ପିଙ୍ଗୁଆ) ପାଲଲହଡା: ପାଲଲହଡା ଥାନା ଅଧୀନ ମୁକ୍ତାପୁର ଗ୍ରାମେର ରାଧା ସାହିରେ ଏକ ହତ୍ୟା ଘଟଣା ଘଟିଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକ ହେଲେ ଭାଇଜା ନାଏକଙ୍କ ପୁଅ ପ୍ରସନ୍ନ୍ନ ନାଏକ (୨୮) ।
ଗତକାଲି ସଂଧ୍ୟାରେ ପ୍ରସନ୍୍ନ ତାର ମାମୁଁ ଓ ଅନ୍ୟ କିଛି ସାଙ୍ଗଙ୍କ ସହ କେନାଲକୁ ଗାଧୋଇବାକୁ ଯାଇଥିଲା । ଅନ୍ୟମାନେ କିଛି ସମୟ ପରେ ଫେରି ଥିଲେ ମଧ୍ୟ ପ୍ରସନ୍ନ ଘରକୁ ଫେରି ନ ଥିଲା । କିଛି ସମୟ ଅପେକ୍ଷା ପରେ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ । ରାତି ପ୍ରାୟ ୧୧ଟା ସମୟରେ ଗ୍ରାମବାସୀ ଗାଁ ମୁଣ୍ଡର ଶେଷ କଂକ୍ରିଟ ରାସ୍ତାରେ ପ୍ରସନ୍ନର ମୃତଦେହ ଦେଖିବାକୁ ପାଇଥିଲେ । ତାର ବେକ କଟାଯାଇଥିଲା । ପୁଲିସ ଖବର ପାଇ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ହତ୍ୟାର କୌଣସି କାରଣ ଜଣା ନ ଥିବା ବେଳେ କିନ୍ତୁ ତାର ମାମୁଁ ଘଟଣା ପରଠାରୁ ଫେରାର ଥିବାରୁ ସନ୍ଦେହ ମାମୁୃଁ ଉପରକୁ ଯାଉଛି ।