ଜଟଣୀ : ଜଟଣୀରେ ଯୁବକଙ୍କୁ ହତ୍ୟା | ଗୋଷ୍ଠୀ ସଭା ଗୃହ ପରିସରରେ ଗଳା କାଟି ମରଶରୀର ପଡ଼ିଥାବା ଦେଖିବାକୁ ମିଳିଛି | ସୂଚନାନୁସାରେ, ଜଟଣୀ ଥାନା ଅଧିନ ୱାର୍ଡ ନମ୍ବର ୨୧ ଅନ୍ତର୍ଗତ ରଙ୍ଗଣୀ ସାହି ନିକଟରେ ଥିବା ଏକ ଗୋଷ୍ଠୀ ସଭା ଗୃହ ପରିସରରେ ବୁଧବାର ମଧ୍ୟାହ୍ନ ସମୟରେ ତଣ୍ଟି କଟା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ପଡି ରହିଥିବା ଦେଖିବାକୁ ମିଳିଛି । ପୁଲିସ୍ ସୂଚନା ମୁତାବକ ମୃତ ଯୁବକ ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା ହରିରାଜପୁର ପଞ୍ଚାୟତ ଅନ୍ତର୍ଗତ ବଙ୍ଗ ଗ୍ରାମର ୪୪ ବର୍ଷୀୟ ପ୍ରଫୁଲ୍ଲ ବାରିକ I ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଂଚି ତନାଘନା ଜାରି ରଖିଛି।