ଭୁବନେଶ୍ୱର : ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯିବ । ନଭେମ୍ବର ୧୮ ତାରିଖ ମତାମତ ଦଖଲର ଶେଷ ଦିନ ରହିଛି । ୧୦୫ ଓ୍ବାର୍ଡ ସୀମା ପୁନଃନିର୍ଦ୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଡିସେମ୍ବର ୧୨ ତାରିଖ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ସରିବ । ୧୦୫ଟି ପୌରପାଳିକା ମଧ୍ୟରୁ ୧୦୧ଟି ୱାର୍ଡର କାର୍ୟ୍ୟକାଳ ସରିଛି । ନବଗଠିତ ୪ଟି ଏନଏସି ଗଠନକୁ ୬ମାସ ପୂରିଯାଇଛି । ସଂରକ୍ଷଣ ଆଧାରରେ ହେବ ସୀମା ପୁନଃନିର୍ଦ୍ଧାରଣ । ନଭେମ୍ବର ୧୧ ତାରିଖରେ ପ୍ରକାଶ ପାଇବ ଚିଠା ତାଲିକା ।
୧୮ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଦାଖଲ ହେବ ଆପତ୍ତି ଅଭିଯୋଗ । ଡିସେମ୍ବର ୧୨ ତାରିଖ ସୁଦ୍ଧା ତାଲିକା ନେଇ ହୋଇପାରିବ ଅପିଲ । ୨୯ ନଭେମ୍ବରରୁ ୧୩ ଡିସେମ୍ବର ମଧ୍ୟରେ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରିବ ବୋଲି ଦର୍ଶାଯାଇଛି ।