ଲକ୍ଷ୍ନୌକୁ ଜିତାଇଲେ ମୁକୁଲ

ଲକ୍ଷ୍ନୌକୁ ଜିତାଇଲେ ମୁକୁଲ-ବଦୋନୀ । ୩ ଓ୍ୱିକେଟରେ ହାରିଲା କୋଲକାତା ନାଇଟ୍ ରାଇଡର୍ସ । ଲକ୍ଷ୍ନୌର ଦୁଇ ବ୍ୟାଟର ଅର୍ଦ୍ଧଶତକ କରିଛନ୍ତି । ଆୟୂଷ ବାଦୋନୀ ୩୪ବଲରେ ୫୪ରନ୍ କରିଥିବାବେଳେ ମୁକୁଲ ଚୌଧୁରୀ ୨୭ ବଲରେ ୫୪ରନ୍ (ନଟ୍ ଆଉଟ) ରହିଥିଲେ। ସେହିଭଳି ମିଚେଲ୍ ମାର୍ସ ୧୧ ବଲରେ ୧୫ରନ୍, ଏଡେନ ମାର୍କନ ୧୫ବଲରେ ୨୨ରନ୍ , ରିଷଭ ପନ୍ତ ୯ ବଲରେ ୧୦ରନ୍, ନିକୋଲାସ୍ ପୁରନ ୧୫ବଲରେ ୧୩ରନ୍ , ଅବ୍ଦୁଲ ସମାଦ ୪ବଲରେ ୨ରନ୍, ମହମ୍ମଦ ସାମି ୧, ଆବେଶ ଖାନ୍ ୧ ରନ୍(ନଟ୍ ଆଉଟ୍) କରିଛନ୍ତି । କୋଲକାତା ପାଖରୁ ବିଜୟ ଛଡାଇ ଆଣିଲେ ମୁକୁଲ ଚୌଧୁରୀ ଏବଂ ଆୟୁଷ ବଦୋନୀ । ବୋଲରଙ୍କ ପରେ ବ୍ୟାଟର ଦେଖାଇଲେ ଦମ୍ । ଇଡେନ୍ ଗାର୍ଡେନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି ।

ଐତିହାସିକ ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳା ଯାଇଥିଲା ମୁକାବିଲା । ପ୍ରଥମେ ବ୍ୟାଟିଂ କରିଥିଲା ଆୟୋଜକ କେକେଆର । ତେବେ ବୈଭବ ଅରୋରା ଏବଂ ଅନୁକୁଳ ରୟ ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ସୁନିଲ ନାରିନ, କାର୍ତ୍ତିକ ତ୍ୟାଗି, କ୍ୟାମରନ ଗ୍ରୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି। କେକେଆର୍ ଶେଷ ୫ଓଭରରେ ୬୬ରନ କରିଥିଲା । ୧୦ରୁ ୧୫ଓଭର ମଧ୍ୟରେ କେବଳ ୧୭ରନ୍ କରିଥିଲେ ଏବଂ କେକେଆରର ୩ଓ୍ବିକେଟ ଯାଇଥିଲା । ହେଲେ ମୁକୁଲ ଚୌଧୁରୀ ଦମଦାର ବ୍ୟାଟିଂ କରିଥିଲେ । ସେ ୨୭ ବଲରୁ ୫୪ ରନ୍ କରି ଏଲଏସଜିକୁ ଜିତାଇଥିଲେ ।