(ସେଖ ଫଇଜାନ କାଦରୀ): ରାଜ୍ୟର ଗ୍ରାମଠୁ ସହର ଯାଏ ସବୁ ବର୍ଗର ଯୁବକ ଯୁବତୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମୁ ହିରୋ ମୁ ଓଡିଶା କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । ଆଜି ଭଦ୍ରକ ବ୍ଲକ ବାଣିତିଆ ପଂଚାୟତ ରେ ଭଦ୍ରକ ପଂଚାୟତ ସମିତି ଏବଂ ବାଣିତିଆ ଯୁବ ବାହିନୀର ମିଳିତ ଉଦ୍ୟମ ରେ ମୁଁ ହିରୋ ମୁଁ ଓଡିଶା କାର୍ୟ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଗ୍ରାମର ଯୁବକ ଯୁବତୀମାନଙ୍କ ସହ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସଂଗୀତ ର ତାଳେ ତାଳେ ନିଜର ନୃତ୍ୟ ପରିବେଶଣ କରିବା ସହ ବକ୍ତ୍ରୁକ୍ତା ଓ ସଂଗୀତରେ ଦର୍ଶକ ମାନଙ୍କୁ ଵିମୋହିତ କରିଥିଲେ । ଏଥିରେ ବିଜୁ ଜନତା ଦଳ ର ବହୁ ତୁଙ୍ଗ ନେତାଙ୍କ ସହ ପଂଚାୟତର ସରପଂଚ ଓ ସମିତିସଭ୍ୟ ଓ ବିଜୁ ଯୁବବାହୀନି ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ଯୁବକ ମାନେ ଏକ ହେଲେ ରାଜ୍ୟ ଅବା ଦେଶ ର ବିକାଶ ହୋଇପାରିବ ଏବଂ ସମସ୍ତ କ୍ଷେତ୍ରରେ ଯୁବକ ମାନଙ୍କୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇଥିବାରୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ରଘୁନାଥ ଧଳ ।