ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର
ଆଠମଲ୍ଲିକ ଥାନା ଅନ୍ତର୍ଗତ କୁକୁଡ଼ା ଦରହ ଜଙ୍ଗଲ ରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଗତ ୩ ତାରିଖରେ ଆଠମଲ୍ଲିକ ଥାନାରେ ତାଙ୍କ ଭାଇ ଏତଲା ଦେଇଥିଲେ ।
(ଆଠମଲ୍ଲିକ) : ଆଠମଲ୍ଲିକ ଥାନା ଅନ୍ତର୍ଗତ କୁକୁଡ଼ା ଦରହ ଜଙ୍ଗଲ ରୁ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଏନେଇ ଗତ ୩ ତାରିଖରେ ଆଠମଲ୍ଲିକ ଥାନାରେ ତାଙ୍କ ଭାଇ ଏତଲା ଦେଇଥିଲେ ।
ସୂଚନାନୁଯାୟୀ , ସୁରେଶ ଗତ ୩୦ ତାରିଖରୁ ଘରେ ଝଗଡା ଲାଗି ଘର ଛାଡି ଚାଲି ଯାଇଥିଲେ । ଏନେଇ ଗତ ୩ ତାରିଖରେ ଆଠମଲ୍ଲିକ ଥାନାରେ ତାଙ୍କ ଭାଇ ଏତଲା ଦେଇଥିଲେ । ଆଜି ସ୍ଥାନୀୟ ଜଙ୍ଗଲ ରେ କିଛି ଛେଳି ଚରାଳି ସୁରେଶ ର ସାଇକେଲ ଦେଖିଲା ପରେ ତାଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକ ଯାଇ ଦେଖିଲା ବେଳୁକୁ ସୁରେଶର ମୃତଦେହ ମାଟିରେ ପଡିଥିଲା । ମୁଣ୍ଡଟି ଏକ ଗଛ ରେ ରଶିରେ ଓହଳି ଥିଲା । ପରେ ଆଠମଲ୍ଲିକ ପୋଲିସ କୁ ଖବର ଦେବା ପରେ ମୃତଦେହକୁ ଆଠମଲ୍ଲିକ ଅଣାଯାଇଛି । ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସାନ୍ତର କରାଯିବ ।