ଅନୁଗୁଳ/ଜ୍ୟୋତିରଞ୍ଜନ ଧର: ଭାରତ ସରକାରଙ୍କ କେନ୍ଦ୍ରମନ୍ତ୍ରୀ ଶିକ୍ଷାମନ୍ତ୍ରୀଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନଙ୍କ କଣିହାଁ ପଞ୍ଚାୟତ ଗସ୍ତରେ ଆସିଥିବା ବେଳେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କୌଣସି ଏକ କାମରେ ଶ୍ରୀମତୀ ପ୍ରଧାନ ଆଜି ତାଙ୍କର ଶ୍ଵଶୁର ଘର ନାଲିମ ଅଭିମୁଖେ ଯାଉଥିବା ବେଳେ କଣିହାଁ ମଣ୍ଡଳ ବିଜେପି ସଭାପତି ଦେବେନ୍ଦ୍ର ବାରିକଙ୍କ ପତ୍ନୀ ତଥା ନବନିର୍ବାଚିତ କଣିହାଁ ପଞ୍ଚାୟତ ରଞ୍ଜିତା ବେହେରାଙ୍କ ଅନୁରୋଧକ୍ରମେ ସେ ପଞ୍ଚାୟତ ଅଫିସ୍କୁ ଆସିଥିଲେ। ଶ୍ରୀମତୀ ପ୍ରଧାନଙ୍କୁ ସରପଞ୍ଚଙ୍କ ସମେତ ତାଙ୍କର ଶତାଧିକ ସମର୍ଥକ ଉଚ୍ଛସିତ ସମ୍ବର୍ଦ୍ଧନା ଜଣାଇଥିଲେ।
ପଞ୍ଚାୟତବାସୀଙ୍କୁ ଉତ୍ତମ ସେବା, ସରକାରଙ୍କ ହିତକାରୀ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଏବଂ କୌଣସି ଯୋଜନାରୁ ଯୋଗ୍ୟ ହିତାଧିକାରୀ ଯେଭଳି ବଞ୍ଚିତ ନହେବେ ସେଥି ପ୍ରତି ଯତ୍ନବାନ ହେବାକୁ ଶ୍ରୀମତୀ ପ୍ରଧାନ ନବନିର୍ବାଚିତ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ। ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ, ବଡ଼ ଗୁଣ୍ଡୁରି ପୂର୍ବତନ ସରପଞ୍ଚ ଲୋକନାଥ ସାହୁ, ଟୁଟୁ ସାହୁ, ଜଗନ୍ନାଥ ପ୍ରସାଦ ପ୍ରଧାନ, ବିନାୟକ ପ୍ରଧାନ, ମୂଷା ଦେହୁରୀ, ପଦିଆ ନାଏକ, ଲୋକନାଥ ସାହୁ, ପ୍ରଦୀପ ନାଏକ, ଚସି ପ୍ରଧାନ, ସୁମନ୍ତ ସେଠୀ, ଅରୁଣ ସାହୁ, ଅମର ସିଂ ଦେବ, ଅନିଲ୍ ସାମଲ, କାଳିଆ ସାହୁ, ଭଜମନ ସାହୁ, ପ୍ରଦୀପ ନାଏକ, ଶମ୍ଭୁ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।