ସାଂସଦଙ୍କ ଗାଡି ଦୁର୍ଘଟଣା

ସାଂସଦଙ୍କ ଗାଡି ଦୁର୍ଘଟଣା । ଝାଡଖଣ୍ଡ ଜେଏମଏମର ରାଜ୍ୟସଭା ସାଂସଦ ମହୁଆ ମାଂଝୀଙ୍କ କାର ଦୁର୍ଘଟଣା । ମହାକୁମ୍ଭରୁ ବୁଡ଼ ପକାଇ ଫେରିବା ବେଳେ ଘଟିଛି ଦୁର୍ଘଟଣା । ଆଉ ବର୍ତ୍ତମାନ ରାଞ୍ଚିରେ ଚାଲିଛି ମହୁଆ ମାଝୀଙ୍କର ଚିକିତ୍ସା ।

ମହୁଆ ପ୍ରୟାଗରାଜରୁ ଫେରୁଥିବା ବେଳେ ଏନଏଚ-୩୯ ଝାଡଖଣ୍ଡ ଲାଟେହାରର ହୋଚବାଗ୍ ଗାଁ ନିକଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁଥିରେ ତାଙ୍କ ଗାଡିର ସାମ୍ନା ଭାଗ କ୍ଷତିଗ୍ରସ୍ତ ହେବା ସହ ମହୁଆ ମଧ୍ୟ ଗୁରୁତର ହୋଇଥିଲେ  ।