( ମମତା ସାମଲ) : ଜାତୀୟ ତଥା ଅର୍ନ୍ତଜାତୀୟ ସ୍ତରରେ ପୁରସ୍କାର ଓ ପ୍ରଶଂସା ପାଇଥିବା ନୀଳ ମାଧବ ପଣ୍ଡାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ହାଲକା’ ର ପ୍ରିମିୟର ଶୋ ସ୍ପେଶାଲ ସ୍କ୍ରିନଂ ଭୁବନେଶ୍ୱର ମହାରାଜା ହଲରେ କରାଯାଇଛି । ଏହି ଅବସରରେ ଚଳଚ୍ଚିତ୍ର କଳାକାର, ଟେକ୍ନିସିଆନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ କିସ୍ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଫିଲ୍ମ ‘ ହାଲକା’ର ପ୍ରଯୋଜନା ନୀଳ ମାଧବ ପଣ୍ଡା ଓ ଅକ୍ଷୟ ପରିଜା କରୁଥିବାବେଳେ ସଙ୍ଗୀତ ଦେଇଛନ୍ତି ଶଙ୍କର –ଏହଶାନ୍–ଲୟ । ବସ୍ତିରେ ରହୁଥିବା ଆଠ ବର୍ଷର ବାଳକ ଉପରେ ଫିଲ୍ମଟି ନିର୍ମାଣ କରାଯାଇଛି । ଏହି ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ଓଡିଆ ହୋଇଥିବାବେଳେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏହା ଓଡିଆଙ୍କ ପାଇଁ ସ୍ୱତନ୍ତ୍ର ମର୍ଯ୍ୟାଦା ଆଣିବ ବୋଲି ଆଶ କରାଯାଉଛି ।