JMM ପକ୍ଷରୁ ଆନ୍ଦୋଳନ ଚେତାବନି

ବ୍ୟୁରୋ: ଏବେ ଆଦିବାସୀ ଗରିବ ରୁ ଗରିବ ହେବେ । ଲୋକଙ୍କ ଘରେ ଚାକର କାମ କରିବେ । ଜମି ବିକି ମଦ ପିଇ ମାରପିଟ କରି ଜେଲ ରେ ରହିବେ । ଜମି ଓ ଘର ଶୂନ୍ୟ ହୋଇ ଜଙ୍ଗଲ କୁ ଯାଇ ପୁଣି ଜଙ୍ଗଲ ସଫା କରି ଘର ଓ ଯାଗା କରି ରହିବେ । ଜଙ୍ଗଲ ଆଉ ରହିବ ନାହିଁ । ଧନୀ ଆଦିବାସୀ ସହରରେ ରହିବେ । ନିଜ ଭଷା ସଂସ୍କୃତି କୁ ଭୁଲିଯିବେ । ପରିଚୟ ନଷ୍ଟ ହୋଇଯିବ । ଏଭଳି ନିଷ୍ପତି ସରକାର ପାଇଁ ବୁମେରଙ୍ଗ ହେଇଯିବ । ସୁଦାମ ମାରାଣ୍ଡି ଏହାକୁ ସମର୍ଥନ କରିଥିବାରୁ ତାକୁ ଆଉ ଗାଁ କୁ ଆସିବାକୁ ଦିଆ ଜୀବନାହିଁ । ଏବେ ସୁଦାମ ନିଜ ଭଷା କୁ ଭୁଲି ଘରେ ଓଡିଆ ଭଷା ରେ କଥା ବାର୍ତା ହେଉଛନ୍ତି ବୋଲି ସବୁ ଆଦିବାସୀ ତାଙ୍କ ଭଳି ନୁହଁ ନ୍ତି । ତେଣୁ ଏ ନେଇ ଆଗାମୀ ଦିନରେ JMM ଏକ ବଡ଼ ଆନ୍ଦୋଳନ କରିବ ନିଶ୍ଚିତ । ସରକାର ତୁରନ୍ତ ପ୍ରତ୍ୟାହାର କରିନେବା ଉଚିତ ବୋଲି JMM ପ୍ରବକ୍ତା ପ୍ରଭାରୀ ଶିବାଜୀ ମୌଳିକ ଓ ଲିଖିତ ଭାବେ ଗଣମାଧ୍ୟ୍ୟମ ଙ୍କୁ ଜଣାଇଛନ୍ତି । ସେ କହିଛନ୍ତି ଯେ , ଆଦିବାସୀଙ୍କୁ ତୁରନ୍ତ ମୁଣ୍ଡରେ ଗାମୁଛା ବାନ୍ଧି ଆନ୍ଦୋଳନ ପାଇଁ JMM ପକ୍ଷରୁ ନିର୍ଦେଶ ନାମା ଜରି କରାଗଲା କି ଆଗାମୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ JMM ପକ୍ଷରୁ ସମସ୍ତ ଆଦିବାସୀ ପାଖକୁ ପଠାଗଲା ।