ହିଂଜିଲିକାଟୁ/ରଜିନୀକାନ୍ତ ପାତ୍ର :- ବିଗତ ୭ ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ସ୍ୱର ଜଗତରେ କୋକିଲା କଣ୍ଠ ରୂପେ ପରିଚିତ ଥିଲେ । ପବିତ୍ର ବସନ୍ତ ପଞ୍ଚମୀରେ ଇହ ଜଗତରୁ ବିଦାୟ ନେଲେ,ଏ ସୃଷ୍ଟି ଚିର ଦିନ ମନେ ରଖିବ ଏଭଳି ଏକ ଅଦ୍ଵିତୀୟ ବ୍ୟକ୍ତିତ୍ୱ । ସ୍ଥାନୀୟ ଲଷ୍ମୀ ନୃସିଂହ କଲା ମନ୍ଦିର ପରିସରରେ ଅନ୍ୱେଷଣ ଅନୁଷ୍ଠାନ ତରଫରୁ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସତ୍ୟ ନାରାୟଣ ସାହୁ ଓ ଲିଙ୍ଗରାଜ ସେନାପତି ଯୋଗ ଦେଇ ଦ୍ୱୀପ ପ୍ରଜ୍ୱଳନ କରିଥିଲେ । ଅନୁଷ୍ଠାନର ସଦସ୍ୟ,ଡଃ. ହୃଷିକେଷ ମିଶ୍ର, ପ୍ରମୋଦ ବେହେରା,ନରହରି ସାହୁ, ପ୍ରିୟମ୍ବଦ ପଟ୍ଟନାୟକ, ଦିବାକର ପାଢ଼ୀ, ସରୋଜ ପାତ୍ର, ଦୀପକ ମହାନ୍ତି, ରଂଜନ ସାହୁ,ରାଜା ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରି ଦୁଇ ମିନଟ ନିରବ ପ୍ରାର୍ଥନା କରିଥିଲେ ।