ବିପିନ ରାୱତଙ୍କ ଦେହାନ୍ତରେ ଶୋକ ସଭା

ସୁବର୍ଣ୍ଣପୁର(ଓମପ୍ରକାଶ ମିଶ୍ର ): ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ସେନା ବାହିନୀଙ୍କ ଦେହାନ୍ତରେ ସାରା ଦେଶ ସ୍ତବ୍ଧ । ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯାଦା ସହିତ ହେବ ସହିଦଙ୍କ ଶେଷକୃତ୍ୟ । ସିଡିଏସ ଶ୍ରୀ ରାୱତ ଏବଂ ଅମର ଯବାନ ମାନଙ୍କ ସ୍ମୃତିରେ ସୁବର୍ଣ୍ଣପୁର ଏସ.ବି.ଆଇ ଆର ଏସ.ଇ.ଟି ଟ୍ରେନିଙ୍ଗ ସେଣ୍ଟରରେ ଏକ ଶୋକସଭା ଆୟୋଜନ ହୋଇଯାଇଛି ।
ରାଜ୍ୟ ରକ୍ତଦାତା ସଂଘ ସୁବର୍ଣ୍ଣପୁର ଶାଖାର ଉଦ୍ୟୋକ୍ତ, ମନୋଜ ପଣ୍ଡାଙ୍କ ନେତୄତ୍ୱରେ ଆୟୋଜିତ ଏହି ସଭାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ହେମସାଗର ନନ୍ଦ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ସ୍ୱଚ୍ଛ ଭାରତ ଉପଦେଷ୍ଟା ଗରିବ ଭୋଇ, ମେଡିକାଲ ଡି.ଇ.ଓ ନାରାୟଣ ରଥ, ପୋଲିସ ହାବିଲଦାର ସନ୍ତୋଷ ପାତ୍ର, ଏସ.ବି.ଆର.ଏସ.ଇ.ଟି.ଆଇ ମାଷ୍ଟର ଟ୍ରେନର ସଂଯୁକ୍ତା ନନ୍ଦ, ମାଧବ କୁମାର, ସୂଚନା ଲୋକ ସମ୍ପର୍କ ବିଭାଗ କର୍ମଚାରୀ ଯୁଧିଷ୍ଠିର ପଧାନୀଙ୍କ ସମେତ ସିଲେଇ ପ୍ରଶିକ୍ଷଣ କେନ୍ଦ୍ରର ସମସ୍ତ ମହିଳା ଓ ଛାତ୍ରୀ ଯୋଗ ଦେଇ ସ୍ୱର୍ଗୀୟ ସେନା ମୁଖ୍ୟଙ୍କ ଫଟୋ ଚିତ୍ରରେ ଧୂପ ପୁଷ୍ପ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ରାୱତଙ୍କ ସ୍ମୃତି ଚାରଣ କରିଥିଲେ ।