ଝିଅ ଶୋଇଥିବା ବେଳେ କୂଅରେ ପକେଇଦେଲା ମା !

ଗଞ୍ଜାମ/ ରଜନୀକାନ୍ତ ପାତ୍ର : ଗାଁ ଦାଣ୍ଡରେ ଥିବା କୂଅରୁ ଉଦ୍ଧାର ହେଲେ ଶିଶୁ କନ୍ୟା । ଗତ କାଲି ବିଳମ୍ବିତ ରାତ୍ରିରେ ସାନଖେମୁଣ୍ଡି ବ୍ଲକ କଙ୍କରଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କଙ୍କରଡ଼ା ବ୍ରାହ୍ମଣ ସାହି ଥିବା ଏକ କୂଅରୁ ଜଣେ ଶିଶୁ କନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା । ଯାହା କି ବର୍ତ୍ତମାନ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଛି । ସୂଚନା ଅନୂଯାୟୀ ଶିଶୁ କନ୍ୟା ଶୋଇଥିବା ବେଳେ ତାଙ୍କ ମା କୂଅ ରେ ପକାଇ ଥିବା ଜଣା ପଡ଼ିଛି । ତେବେ କାହିଁକି ଶିଶୁ କନ୍ୟା ଙ୍କୁ କୂଅରେ ପକାଇଲେ। କଣ ପ୍ରକୃତ କାରଣ ସ୍ୱଷ୍ଟ ହୋଇ ପାରିନାହିଁ । ଏଭଳି ଭିଡ଼ିଓ ଭାଇରାଲ ପରେ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି।