ପାରିବାରିକ କଳହ ପାଇଁ ବିଷ ପିଇ ଚାଲିଗଲେ ଶାଶୁ-ବୋହୂ;ସ୍ୱାମୀ ଗୁରୁତର

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ପାରିବାରିକ କଳହ ପାଇଁ ବିଷ ପିଇ ଚାଲିଗଲେ ଶାଶୁ-ବୋହୂ;ସ୍ୱାମୀ ଗୁରୁତର । ଏଭଳି ଅଭାବନୀୟ ଘଟଣା କଟକ ବଡମ୍ବା ବଡବାରସିଂହ ଗାଁରେ ଦେଖିବାକୁ ମିଳିଛି । ମୃତଦ୍ଦ୍ୱୟ ହେଉଛନ୍ତି ଶାଶୁ ନିବାସୀ ସେନାପତି, ବୋହୂ ସଙ୍ଗୀତା ସେନାପତି । ସେପଟେ ସ୍ୱାମୀ ଭାଗିରଥୀ ସେନାପତି ଗୁରୁତର ହୋଇ ବଡମ୍ବା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବଡମ୍ବା ଥାନାରେ ଦୁଇଟି ଥାନାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ତେବେ ମୃତ ବୋହୁ ସଙ୍ଗୀତା ସେନାପତିଙ୍କ ଭାଇ ଶ୍ରୀଧର ସାହୁ ଓ ମୃତ ଶାଶୁ ନିବାସୀ ସେନାପତିଙ୍କ ଭାଇ ଟୁକୁଲା ସେନାପତି ଥାନାରେ ଏତଲା ଦେଇଛନ୍ତି। ବିଷକ୍ରିୟାରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।