ପାଗଳ ମାଙ୍କଡ ଆକ୍ରମଣରେ ୫ ରୁ ଅଧିକ ବ୍ୟକ୍ତି ଗୁରୁତର

ଟାଙ୍ଗୀ/ ରାକେଶ କୁମାର ଜଗଦେବ : ଅତଙ୍କ ରଚିଛି ପାଗଳ ମାଙ୍କଡ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ବିରିବାଡି ଗ୍ରାମରେ ପୁଣି ପାଗଳ ମାଙ୍କଡ଼ ଆତଙ୍କ । ଦୁଇ ଦିନରେ ୫ ରୁ ଅଧିକ ବ୍ୟକ୍ତି ହେଲେଣି ଗୁରୁତର । ସୂଚନା ଅନୁଯାୟୀ, ଆଜି ସକାଳେ ଜଣେ କଲେଜ ପଢୁଆ ଛାତ୍ରୀଙ୍କୁ ଆକ୍ରମଣ କରିଛି ସେହି ପାଳଗ ମାଙ୍କଡ । ଆକ୍ରମଣ ରେ କଲେଜ ଛାତ୍ରୀ ଗୁରୁତର ହୋଇଥିବା ସୂଚନା ରହିଛି ।ତେବେ ଗୁରୁତର ଛାତ୍ରୀ ହେଉଛନ୍ତି ବିରିବାଡି ଗ୍ରାମର ପିଙ୍କି ବିଶ୍ୱାଳ(ବୟସ ୧୮ ବର୍ଷ ) । ତେବେ ଛାତ୍ରୀଙ୍କର ହାତରେ ଗଭୀର କ୍ଷତ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି । ପାଗଳ ମାଙ୍କଡ଼କୁ ତୁରନ୍ତ କାବୁ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।