ଭୁବନେଶ୍ୱର: ଆଜି ସରିବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରୀ ୧୬ ତାରିଖରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଏ ବର୍ଷ ରାଜ୍ୟରେ ୩ ଲକ୍ଷ ୮୬ହଜାର ୨୫୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । ବିଜ୍ଞାନ ରେ ୧ଲକ୍ଷ ୧୬ ହଜାର ୪୪୭ ଛତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ କଳାରେ ସର୍ବାଧିକ ୨ଲକ୍ଷ ୩୬ ହଜାର ୪୨୫ ଛତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସେହିପରି ବାଣିଜ୍ୟରେ ୨୫ ହଜାର ୯୬୦ ଓ ଧନ୍ଦାମୂଳକ ପରୀକ୍ଷାରେ ୫,୭୬୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସାରା ରାଜ୍ୟରେ ୧୧୫୦ ପରୀକ୍ଷା ସେଣ୍ଟର ସହ ୨୦୨ଟି ହବ କରାଯାଇଛି । ଚଳିତ ବର୍ଷ ବିଜ୍ଞାନ, ବାଣିଜ୍ୟ ଏବଂ କଳା ବର୍ଗରେ ରେଜଲ୍ଟ ଏକା ସାଙ୍ଗରେ ପ୍ରାକାଶ ପାଇବାର ଲକ୍ଷ୍ୟ ରଖାଯାଇଛି ।
ତେବେ ଚଳିତ ବର୍ଷ ସୁରୁଖୁରୁରେ ସମସ୍ତ ବିଷୟ ପରୀକ୍ଷା ହୋଇଥିବା ବେଳେ ଆଜି ଶେଷ ଦିନରେ ବି କୌଣସି ତୃଟି ନହେବାକୁ ଆଶା ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିଛି ।