ଚିଲିକା : ଆସିଲା ଚିଲିକାରେ ପକ୍ଷୀ ଗଣନା ରିପୋର୍ଟ । ରିପୋର୍ଟ ଅନୁସାରେ ଚଳିତ ବର୍ଷ ଚିଲିକାରେ ବଢିଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା । ଏ ବର୍ଷ ଚିଲିକାକୁ ମୋଟ ୧୮୮ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ୧୧ଲକ୍ଷ ୩୭ ହଜାର ୭୫୯ ପକ୍ଷୀ ଆସିଛନ୍ତି । ସେଥିରୁ ୧୦ ଲକ୍ଷ ୯୮ ହଜାର ୮୧୩ଟି ବିଦେଶାଗତ ପକ୍ଷୀ ରହିଥିବା ବେଳେ ୩୮ ହଜାର ୯୪୬ ସ୍ଥାନିୟ ପକ୍ଷୀ ରହିଛନ୍ତି । ସେହିପରି ବିଦେଶରୁ ୧୦୮ଟି ପ୍ରଜାତିର ପକ୍ଷୀ ଆସିଥିବା ବେଳେ ୭୯ଟି ପ୍ରଜାତିର ସ୍ଥାନୀୟ ପକ୍ଷୀ ଆସିଛନ୍ତି । ନଳବଣରେ ଅଛନ୍ତି ୩ଲକ୍ଷ ୪୭ ହଜାର ୨୮୦ ପକ୍ଷୀ । ତେବେ ଚିଲିକାକୁ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୫ ହଜାର ୮୩୦ ଟି ଅଧିକ ପକ୍ଷୀ ଆସିଥିବା କୁହାଯାଉଛି । ଗତ ବର୍ଷ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯୨୯ଟି ପକ୍ଷୀ ଆସିଥିଲେ । ଗତକାଲି ସକାଳ ୬ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିଥିଲା । ଚିଲିକାରେ ୨୧ଟି ଗ୍ରୁପରେ ବିଭକ୍ତ ହୋଇ ପକ୍ଷୀ ଗଣନା କରିଥିଲେ ୧୩୨ ଜଣ କର୍ମଚାରୀ ।