ତ୍ରିକୋଣୀୟ ସିରିଜ୍ ରେ ସାମିଲ ହେଲେ ଶୁଚି ଉପାଧ୍ୟାୟ

ନୂଆଦିଲ୍ଲୀ : ତ୍ରିକୋଣୀୟ ସିରିଜ୍ ଲାଗି ଭାରତୀୟ ମହିଳା କ୍ରିକେଟ ଟିମ୍ ଘୋଷଣା। ଏହି ସିରିଜ୍ରେ  ବିସିସିଆଇ ମଧ୍ୟପ୍ରଦେଶର ଶୁଚି ଉପାଧ୍ୟାୟଙ୍କୁ ସ୍ଥାନ ଦେଇଛି ।  ଭାରତ, ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ । ଏହା  ୨୭ଏପ୍ରିଲରୁ ୫ଟିକିଆ ସିରିଜ ଖେଳାଯିବ ।

ଶୁଚି ମଧ୍ୟପ୍ରଦେଶର ମଣ୍ଡଳା ଜିଲ୍ଲାରୁ ଅଟନ୍ତି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶୁଚିଙ୍କ ଲାଗି ଏକ୍ସରେ ପୋଷ୍ଟ ବି ସେୟାର କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି କି, ମଣ୍ଡଳା ଜିଲ୍ଲାର ଝିଅ ଶୁଚି ଉପାଧ୍ୟାୟଙ୍କୁ ଭାରତୀୟ ମହିଳା କ୍ରିକେଟ ଟିମରେ ଚୟନ କରାଯାଇଥିବାରୁ ହୃଦୟରୁ ଧନ୍ୟବାଦ । ଏହା ଆମ୍ ସମସ୍ତଙ୍କ ଲାଗି ଆନନ୍ଦର ବିଷୟ ଅଟେ କି ଆପଣ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ତ୍ରିକୋଣୀୟ ସିରିଜରେ ଭାରତୀୟ ଟିମରେ ସାମିଲ୍ ରହିବେ । ଆପଣ ନିଜ ଉତ୍କୃଷ୍ଟ ଖେଳି ମଧ୍ୟପ୍ରଦେଶ ଏବଂ ଦେଶର ନାଁକୁ ଉଜ୍ଜ୍ବଳ କରନ୍ତୁ, ଶୁଭକାମନା ’।