ବଢିଲେ ମେଡିକାଲ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ

ଭୁବନେଶ୍ୱର: ମେଡଇକାଲ ଛାତ୍ରଛାତ୍ରୀଙ୍କ ବଢିଲା ଛାତ୍ର ବୃତ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଇପେଣ୍ଡ ବୃଦ୍ଧି କରିଥିବା ସୂଚନା । ନର୍ସିଂ , ଫାର୍ମାସୀ ଓ ଆଲାଏଡ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଥିବା କୁହାଯାଉଛି । ଡି.ଫାର୍ମା ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୨୫୦ରୁ ୫୦୦ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଏଏନଏମଙ୍କ ଷ୍ଟାଇପେଣ୍ଡ ୧ ହଜାରରୁ ୨ହଜାର, ବିଏସସି ନର୍ସିଂ(ଇଣ୍ଟର୍ନସିପ) ଷ୍ଟାଇପେଣ୍ଡ ୨୫୦୦ରୁ ୫ହଜାର, ଏମ.ଫିଲ୍ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୭ହଜାରରୁ ୧୦ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏମକେସିଜି ଗସ୍ତ କରିଥିବା ସମୟରେ ମେଡିକାଲ ଛାତ୍ରଛାତ୍ରୀ ଷ୍ଟାଇପେଣ୍ଡ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ। 5T ଅଧ୍ୟକ୍ଷଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଷ୍ଟାଇପେଣ୍ଡ ବୃଦ୍ଧି, ରୋଗୀ ସେବା ପାଇଁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।