ଟାଙ୍ଗି/ରାକେଶ ଜଗଦେବ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପାରି ଓରଡ଼ ଗ୍ରାମରେ ପାଗଳ ମାଙ୍କଡ଼ ଆତଙ୍କ | ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ଆକ୍ରମଣ କଲା ମାଙ୍କଡ଼ | ମାଙ୍କଡ଼ ଆକ୍ରମଣରେ ବୃଦ୍ଧଙ୍କର କାନ ଛିଣ୍ଡିଲା | ଗୁରୁତର ଅବସ୍ଥାରେ ବୃଦ୍ଧ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି | ଗୁରୁତର ବୃଦ୍ଧଙ୍କର ନାମ ନୃସିଂହ ଦାଶ ବୟସ ୭୫ ବର୍ଷ | ଘର ଓରଡ଼ ଗ୍ରାମରେ ବୋଲି ଜଣା ପଡିଛି | ଗତ ଦୁଇ ଦିନରେ ୬ରୁ ଅଧିକ ବ୍ୟକ୍ତି ମାଙ୍କଡ଼ ଆକ୍ରମଣର ଶିକାର ହୋଇଛନ୍ତି | ଲୋକେ ଟାଙ୍ଗୀ ବନ ବିଭାଗକୁ ଜଣାଇଥିଲେ ମଧ୍ୟ ମିଳୁ ନାହିଁ ସୁଫଳ | ତୁରନ୍ତ ବନ ବିଭାଗ ମାଙ୍କଡ଼କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି |