ମୋନିଦୀପା ସର୍ଖେଲ ହେଲେ ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି

ଭୁବନେଶ୍ୱର: ମୋନିଦୀପା ସର୍ଖେଲଙ୍କୁ ବିଜେଡିର ନୂଆ ଦାୟିତ୍ୱ । ବିଜୁ ଶ୍ରମିକ ସାମ୍ମୁଖ୍ୟର ହେଲେ କାର୍ଯ୍ୟକାରୀ ସଭାପତି । କିଛିଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ମୋନିଦୀପା । ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ବାପି ସର୍ଖେଲ । ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇବା ପରେ ବିଜେଡିରେ ସାମିଲ ହୋଇଥିଲେ ବାପିଙ୍କ ପତ୍ନୀ । ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ଦେଇଛି ବିଜେଡି  ।