ବାଲେଶ୍ଵର: ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଆସିଲା କୋର୍ଟର ରାୟ । ପୋକ୍ସୋ କୋର୍ଟ ଦ୍ଵାରା ଦଣ୍ଡିତ ହେଲା ଅଭିଯୁକ୍ତ । ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡ । ଦଣ୍ଡ ଶୁଣାଇଛନ୍ତି ମାନ୍ୟବର ବାଲେଶ୍ଵର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଜର୍ଜ । ତେବେ ୨୦ ଜଣ ସାକ୍ଷୀ ଓ ୨୭ଟି ଦଲିଲ ଓ ଦସ୍ତାବିଜକୁ ଆଧାର କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଏହାସହ ୧୦ ହଜାର ଟଙ୍କା ଜୋରିମାନା ସହ ଅନାଦେୟ ୧ ବର୍ଷ ଅଧିକ ଜେଲ ଦଣ୍ଡ ଶୁଣାଇଛନ୍ତି ଜଜ୍ ।
ସେପଟେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ କେସ ନମ୍ବର ୧୪୫/୨୪ ରେ ରୁଜୁ ହୋଇଥିବା ବେଳେ ଏହି କେସରେ ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ।