ମୋଦିଙ୍କ ଜନ୍ମ ଦିବସ ପାଲଟିଲା ବେରୋଜଗର ଦିବସ

ହିଞ୍ଜିଳି(ରଜନୀ କାନ୍ତ ପାତ୍ର): ୧୭ ସେପ୍ଟମ୍ୱର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନକୁ ଭାରତୀୟ ଯୁବ କଂଗ୍ରେସ ଏକ ଅନ୍ୟ ନାମରେ ପାଳନ କରିଛି । ହିଞ୍ଜିଳି କାଟୁରେ ମୋଦିଙ୍କ ଜନ୍ମ ତିଥିକୁ ଜାତୀୟ ବେରୋଜଗର ଦିବସ ରୂପେ ପାଳନ କରିଛି ହିଞ୍ଜିଳି ଯୁବ କଂଗ୍ରେସ । ସ୍ଥାନୀୟ ଜଗଉ ଛକ ଠାରୁ ରାଲିରେ ଆସି ହିଞ୍ଜିଳିକାଟୁ ସ୍ଥିତ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହା ପରେ ଏହି ଷ୍ଟାଚ୍ୟୁ ସାମ୍ନାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅପାରଗତା ବଖାଣିବା ସହ ଯୁବ କଂଗ୍ରେସ କର୍ମୀମାନେ ଜୋତା ପଲିସ କରି ଏବେକାର ବେରୋଜଗାରିତାକୁ ପ୍ରତିପାଦନ କରିଥିଲେ । ଏହି କାର୍ୟ୍ୟକ୍ରମରେ ନଗର ସଭାପତି ସୁନାରାମ ସାବତ, ଜଗନ୍ନାଥ ଗୌଡ, ଯୁବ କଂଗ୍ରେସ ନେତା କହ୍ନେୟାଲାଲ ସାବତ ଏବଂ ମନୋଜ କୁମାର ଗୌଡଙ୍କ ସମେତ ପବିତ୍ର ସେଠୀ, ରାଜେଶ ସେଠୀ , ଶ୍ରୀକାନ୍ତ, ବିଶାଳ, ପ୍ରବୀଣ, ବିକ୍ରମ ଏବଂ ଅନ୍ୟାନ୍ୟ କର୍ମୀ ଯୋଗ ଦେଇଥିଲେ ।