ଅହମ୍ମଦାବାଦ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠୁ ଦୁଇ ଦିନିଆ ଗସ୍ତରେ ନିଜର ଗୃହ ରାଜ୍ୟ ଗୁଜରାଟ ଗସ୍ତରେ ଯାଉଛନ୍ତି । ସେଠାରେ ସେ ଅନେକଗୁଡ଼ିଏ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦୀ ୨୧,୦୦୦ କୋଟି ଟଙ୍କାରୁ ଅଧିକର ଭିନ୍ନ ଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାନଭାଇ ପଙ୍କଜ ମୋଦୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ମା’ ହୀରାବେନଙ୍କ ଜନ୍ମ ୧୯୨୩ ମସିହା ଜୁନ ୧୮ ତାରିଖରେ ହୋଇଥିଲା । ସେ ଜୁନ୍ ୧୮ରେ ୧୦୦ତମ ବର୍ଷରେ ପ୍ରବେଶ କରିବେ । ପ୍ରଧାନମନ୍ତ୍ରୀ ମୋଦୀ ଜୁନ ୧୮ରେ ଗୁଜରାଟ ଗସ୍ତରେ ଥିବେ । ସେ ପାୱାଗଡ଼ ମନ୍ଦିର ଯିବେ ଏବଂ ପରେ ଭଦୋଦରାରେ ଏକ ରାଲିକୁ ସମ୍ବୋଧିତ କରିବେ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯାତ୍ରା କାଳରେ ପ୍ରଧାନମନ୍ତ୍ରୀ ମୋଦୀ ମା’ଙ୍କୁ ଭେଟି ଆର୍ଶୀବାଦ ନେଇପାରନ୍ତି ଯିଏକି ପଙ୍କଜ ମୋଦୀଙ୍କ ସହିତ ଗାନ୍ଧୀନଗରରେ ରୁହନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମା’ ହୀରାବେନଙ୍କ ନାଁରେ ଗାନ୍ଧୀନଗରରେ ଏକ ସଡ଼କ ନାମକରଣ ହେବ । ଗାନ୍ଧୀନଗର ନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି ।