ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟ ସରକାର ତରଫରୁ ସମସ୍ତଙ୍କୁ ମାଗଣା ଟୀକା ଘୋଷଣା କରିବାକୁ ହେଉଥିବା ଦାବି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଡ ଘୋଷଣା କରିଛନ୍ତି । ସମସ୍ତଙ୍କୁ ମାଗଣା ଟୀକା ଦେବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ଦେଶର ସବୁ ନାଗରିକଙ୍କୁ ମାଗଣାରେ ଟୀକା ଯୋଗାଇ ଦିଆଯିବ ବୋଲି ମୋଦି ଘୋଷଣା କରିଛନ୍ତି। ଫଳରେ ଏଣିକି ରାଜ୍ୟକୁ ଆସୁଥିôବା ଟୀକା କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି ମୋଦି କହିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ମେ।।ଟ ଉତ୍ପାଦନର ୭୫% ଟିକା ନିଜେ କିଣିବେ ଓ ରାଜ୍ୟ ସରକାରଗୁଡିକୁ ମାଗଣାରେ ଯୋଗାଇ ଦେବେ। ବାକି ୨୫% ଘରୋଇ ହସ୍ପିଟାଲ କିଣିବେ। ଏହି ୨୫% ଟୀକା ଲୋକମାନେ ଟଙ୍କା ଦେଇ ଗ୍ରହଣ କରିପାରିବେ ବୋଲି ମୋଦି କହିଛନ୍ତି।
ସେ କହିଛନ୍ତି, ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟୀକା ଦେବ କେନ୍ଦ୍ର। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟୀକା ଯୋଗାଇ ଦିଆଯିବ। ଉତ୍ପାଦିତ ଟୀକାର ୭୫% ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର। ଯେଉଁ ଲୋକମାନେ ଚାହିଁବେ ଟଙ୍କା ଦେଇ ଟୀକା ନେଇପାରିବେ। ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଟୀକା ନେଇପାରିବେ ଲୋକେ। ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଲୋକଙ୍କୁ ଟୀକା ଦେବେ। ଘରୋଇ ହସ୍ପିଟାଲ ଟିକାକରଣ ଉପରେ ରାଜ୍ୟ ନଜର ରଖିବ ବୋଲି ମୋଦି କହିଛନ୍ତି।
ଦେଶର ବୈଜ୍ଞାନିକମାନେ ବହୁତ କମ ସମୟରେ ଟୀକା ବାହାର କରିଛନ୍ତି। ଏହି କାରଣରୁ ଖୁବ କମ ସମୟ ମଧ୍ୟରେ ୨୩ କୋଟିରୁ ଅଧିକ ଲୋକଙ୍କୁ ଟୀକା ଦିଆଯାଇ ସାରିଛି ବୋଲି ମୋଦି କହିଛନ୍ତି।୨୦୧୪ରେ ଆମ ଦେଶରେ ଟୀକାର କଭରେଜ ୬୦% ଥିଲା। ହେଲେ ଆମ ସରକାର ସମୟରେ ଏହା ୯୦%କୁ ବୃଦ୍ଧି ପାଇଥିବା ମୋଦି କହିଛନ୍ତି।