ମଡ଼ର୍ଣ୍ଣ ପବ୍ଲିକ ସ୍କୁଲ ର ୩୩ ତମ ବାର୍ଷିକଉତ୍ସବ ମହା ସମାରୋହରେ ପାଳିତ

ସମ୍ବଲପୁର ଜିଲ୍ଲା ରେଙ୍ଗାଳି ସ୍ଥିତ ସର୍ବ ପୁରାତନ ବେସରକାରୀ ଶିକ୍ଷାନୁଷ୍ଠାନ  ମଡ଼ର୍ଣ୍ଣ ପବ୍ଲିକ ସ୍କୁଲ ର ୩୩ ତମ ବାର୍ଷିକଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶିକ୍ଷାବିତ୍, ସମାଜସେବୀ ଡ଼ ବୃନ୍ଦାବନ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମା ସମଲେଇ ଙ୍କ ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ପୁରସ୍କାର ବିତରଣ ଓ ଶିକ୍ଷା ବିତରଣ ରେ ଶିକ୍ଷକ ଓ ଅଭିଭାବକ ତଥା ଶିକ୍ଷାନୁଷ୍ଠାନ ର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ  ସ୍କୁଲ ପରିଚାଳନା କମିଟି ସଭାପତି ଡାକ୍ତର ଅର୍ଜୁନ ନାୟକ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ପରିଚାଳନା କମିଟି ର ବରିଷ୍ଠ ସଦସ୍ୟ ଅନ୍ତର୍ଯ୍ୟାମୀ ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ  ମାନ୍ୟ ଗଣ୍ୟ ବ୍ୟକ୍ତି ଗଣ କୃତି ଛାତ୍ର,ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅତିଥି ବୃନ୍ଦାବନ ମେହେରଙ୍କୁ ଉତ୍ତରୀ ଓ ଉପଢ଼ୌକନ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।ଅଧ୍ୟକ୍ଷ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମ୍ପାଦକ  ବିଶ୍ଵନାଥ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ ।କାର୍ଯ୍ୟକ୍ରମ ଶେଷରେ  ଖଚାଖଚ ଦର୍ଶକ ଙ୍କ ଭିଡ଼ ଭିତରେ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମ ପୂର୍ବରୁ ଅତିଥି ଗଣ ଛାତ୍ର,ଛାତ୍ରୀ ଙ୍କ ଆକର୍ଷଣୀୟ ଶିକ୍ଷା ଓ ସାଂପ୍ରତିକ ସମୟ ଉପରେ ଆଧାରିତ କରିଥିବା ପ୍ରଦର୍ଶନୀ କୁ ଅବଲୋକନ କରି ଉଚ୍ଚ ପ୍ରଶଂସା କରିଥିବା ଦେଖିବାକୁ ମିଳି ଥିଲା ।