ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟଗୁଡିକରେ ଆସନ୍ତାକାଲି ପୁଣି ଥରେ ମକ୍‍ଡ୍ରିଲ୍‍ କରାଯିବ

ନୂଆଦିଲ୍ଲୀ-: ପୁଣି ହେବ ମକ୍‍ଡ୍ରିଲ୍‍ । ପାକିସ୍ତାନ ସୀମାବର୍ତ୍ତୀ ରାଜ୍ୟଗୁଡିକରେ ଆସନ୍ତାକାଲି ପୁଣି ଥରେ ମକ୍‍ଡ୍ରିଲ୍‍ କରାଯିବ । ଭାରତ-ପାକିସ୍ତାନ ସୀମାରେ ଅବସ୍ଥିତ ୪ଟି ରାଜ୍ୟରେ ପୁଣି ଥରେ ମକ୍ ଡ୍ରିଲ୍ ପାଇଁ ଘୋଷଣା କରାଯାଇଛି । ଗୁଜରାଟ, ପଞ୍ଜାବ, ରାଜସ୍ଥାନ, ଜମ୍ମୁ-କାଶ୍ମୀରରେ ହେବ ମକ୍‍ଡ୍ରିଲ୍‍ ହେବାକୁ ଥିବାବେଳେ ଏହି ସମୟ ମଧ୍ୟରେ ପ୍ରଶାସନ ଲୋକଙ୍କୁ ସକର୍ତ ରହିବାକୁ ପରାମର୍ଶ ଦେବେ ।

ତେବେ ଏହି ମକ୍‍ଡ୍ରିଲ୍‍ ଘୋଷଣା ପରେ ପୁଣି ଥରେ କିଛି ବଡ଼ ଘଟଣା ଘଟିବାକୁ ନେଇ ସାଧାରଣରେ ଅନୁମାନ କରାଯାଉଛି । କାରଣ ଗତ ଥର ମକ୍‍ଡ୍ରିଲ୍‍ ଘୋଷଣା ପରେ ବିଳମ୍ବିତ ରାତିରେ ଅପରେସନ୍ ସିନ୍ଦୂର କରାଯାଇଥିଲା । ଯେଉଁଥିରେ ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲା ।